Thursday , June 1 2023
Breaking News
Home / ବିଶେଷ / କଟକ ସଦର ବ୍ଲକ ସମ୍ମୁଖରେ ଶ୍ରମିକ ୟୁନିଅନର ଗଣଧାରଣା

କଟକ ସଦର ବ୍ଲକ ସମ୍ମୁଖରେ ଶ୍ରମିକ ୟୁନିଅନର ଗଣଧାରଣା

କଟକ ସଦର,୨୫/୧୧/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ପଞ୍ଚାୟତ ସାମନ୍ତରାପୁର ଗ୍ରାମର ଜଵକାର୍ଡଧାରୀ ଶ୍ରମିକ ମାନଙ୍କ ଦୀର୍ଘ ଦିନ ହେଲା ପଡିରହିଥିବା ବକେୟା ମଜୁରି ପ୍ରଦାନ ଦାବିରେ ଆଜି ଶୁକ୍ରବାର ଦିନ ଏଆଇୟୁଟିୟୁସି ସହ ଅନୁବନ୍ଧିତ ଜଵକାର୍ଡ ଧାରୀ ଶ୍ରମିକ ୟୁନିଅନ ପକ୍ଷରୁ ସଭାପତି ରାଜକିଶୋର ମଲ୍ଲିକଙ୍କ ନେତୃତ୍ୱରେ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଏଆଇୟୁଟିୟୁସି ନେତା ଖଗେଶ୍ବର ସେଠୀ, ବୁଦ୍ଧଦେବ ଭୋଇ, ଭାଗିରଥି ଭୋଇ,ପ୍ରତାପ ଭୋଇ, ଲକ୍ଷ୍ମୀଧର ଵିଶୋଇଙ୍କ ସମେତ କ୍ଷତିଗ୍ରସ୍ତ ଜବକାର୍ଡଧାରୀମାନେ ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ଵିଡିଓଙ୍କୁ ଦାବି ପତ୍ର ଦିଆ ଯାଇଥିଲା ବେଳେ ଆସନ୍ତା ଡ଼ିସେମ୍ବର ୮ ତାରିଖରେ ନିଶ୍ଚିତ ବକେୟା ଅର୍ଥ ପ୍ରଦାନ କରାଯିବ ଵୋଲି ଵିଡିଓ ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

Leave a Reply

Your email address will not be published.