Saturday , December 3 2022
Breaking News
Home / ବିଶେଷ / ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡ଼ିଶା ଦିବସ- ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡ଼ିଶା ଦିବସ- ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ନୂଆଦିଲ୍ଲୀ/ ଭୁବନେଶ୍ୱର, ୨୫/୧୧/୨୦୨୨(ଓଡ଼ିଶା ସମାଚାର)- ଦିଲ୍ଳୀ ପ୍ରଗତି ମୈଦାନ ଠାରେ ଅନୁଷ୍ଠିତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡ଼ିଶା ରାଜ୍ୟ ଦିବସ ଅବସରରେ ରାଜ୍ୟର କଳା ଏବଂ ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ ମୁକ୍ତକାଶ ରଙ୍ଗମଞ୍ଚ ଆମ୍ପିଥିଏଟର-୧ ଠାରେ ଅନୁଷ୍ଠିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଭୂବନେଶ୍ୱର ରୁଦ୍ରାକ୍ଷ ଫାଉଣ୍ଡେସନ ଦ୍ୱାରା ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ ଓଡ଼ିଶାୀ ନୃତ୍ୟ, ସମ୍ବଲପୁରୀ ଲୋକନୃତ୍ୟ ଏବଂ ଆଦିବାସୀ ନୃତ୍ୟ ଅନୁଷ୍ଠାନ ଲାହିରୀ ଦ୍ୱାରା ଡାଲଖାଇ ନୃତ୍ୟ, କଳାହାଣ୍ଡି ଭବାନୀପାଟଣା ମହାବୀର ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ବାଜାଶାଲିଆ ଓ ବାଜାଶାଲ ନୃତ୍ୟ ଏବଂ ଭୂବନେଶ୍ୱର ସ୍ଥିତ ମୋକ୍ଷ ଡ୍ୟାନ୍ସ ଗୃପ ଓ କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ଦ୍ୱାରା କଲର୍ସ ଅଫ ଓଡ଼ିଶା ନୃତ୍ୟ ଏବଂ ସଙ୍ଗୀତ ପରିବେଶଣ ହୋଇଥିଲା। ଓଡ଼ିଆ କଳା ସଂସ୍କୃତିର ଝଲକ ଦେଖିବାକୁ ଖୋଲା ନାଟ୍ୟଶାଳା ଲୋକାରଣ୍ୟ ହୋଇଯାଇଥିଲା।

ନଭେମ୍ବର ୧୪ରୁ ଆରମ୍ଭ ହୋଇଥିବା ୪୧ତମ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡ଼ିଶାର କଳାବାସ୍ତୁ ଓ କାରିଗରୀର ଅବତରଣା କରଯାଇ ନିଖୁଣ ଭାବେ ପ୍ରଦର୍ଶିତ ହୋଇଛି। ୪୬୦ ବର୍ଗମିଟର ପରିଧି ଅଞ୍ଚଳ ବିଶିଷ୍ଟ ଓଡ଼ିଶା ପାଭିଲିୟନରେ ମିଲେଟ ମିଶନକୁ ସ୍ୱତନ୍ତ୍ର ଭାବେ ପ୍ରଦର୍ଶିତ କରାଯାଇଛି। ସମୁଦାୟ ୨୪ଟି ଷ୍ଟଲରେ ମିଲେଟ ମିଶନ ସମେତ ଓରମାସ, ମିଶନ ଶକ୍ତି, ବୟନିକା ଉତ୍କଳିକା, କୋରାପୁଟ କଫି, ଟସର ଶିଳ୍ପ, ଜନଜାତି ଅଳଙ୍କାର, କଟକ ତାରକସି ଶିଳ୍ପ ଏବଂ ନୂତନ ଉଦ୍ୟୋଗୀଙ୍କ ଦ୍ୱାରା ନିର୍ମିତ ୫ଟି ଷ୍ଟାଟଅପ ପ୍ରମୁଖ ସ୍ଥାନ ପାଇଛି। ମିଲେଟ ବିସ୍କୁଟ ଏବଂ ହକି ବିଶ୍ୱକପ ମାସକଟ ‘ମିଲି’ ପାଭିଲିଅନର ସ୍ୱତନ୍ତ୍ର ଆକର୍ଷଣ ରହିଛି।

Leave a Reply

Your email address will not be published.