Thursday , December 1 2022
Breaking News
Home / ବିଶେଷ / ଅମଲା ସଂଘର ବୈଠକ-୨୭ରେ ବିଶାଳ ବିକ୍ଷୋଭ ସମାବେଶ

ଅମଲା ସଂଘର ବୈଠକ-୨୭ରେ ବିଶାଳ ବିକ୍ଷୋଭ ସମାବେଶ

କଟକ,୨୫/୧୧/୨୦୨୨(ଓଡ଼ିଶା ସମାଚାର)- ଜିଲାସ୍ତରୀୟ ଅମଲାଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ୨୦୧୭ ରୁ ସ୍ନାତକ ସହିତ କଂପ୍ୟୁଟର ଜ୍ଞାନ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେହି ହାରରେ ଦରମା ପ୍ରଦାନ କରାଯାଉନାହିଁ। ଏହା ପ୍ରତିବାଦରେ ଗୁରୁବାର ଅମଲା ସଂଘର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୨୭ରେ ଭୁବନେଶ୍ବର ଲୋୟର ପିଏମଜିରେ ଏକ ବିଶାଳ ଅମଲା ସମାବେଶ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ୩୦ ହଜାର ଅମଲା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଜିଲାସ୍ତରୀୟ ଅମଲାଙ୍କର ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ କଂପ୍ୟୁଟର ଜ୍ଞାନଥିବା ସ୍ଥଳେ ସେମାନଙ୍କୁ ଦରମା ୯,୩୦୦ରୁ ୩୪,୮୦୦ , ଗ୍ରେଡ୍ ପେ ୪,୨୦୦ ହାରରେ ପ୍ରଦାନ କରିବାକୁ ଦାବି ହୋଇଛି। ବୈଠକରେ ରାଜ୍ୟ ସଂଘର ଅଧ୍ୟକ୍ଷ ଅସିତବରଣ ସ୍ବାଇଁ, ବିଶ୍ବମୋହନ ମହାପାତ୍ର, ହୃଦୟବିହାରୀ ମହାପାତ୍ର, କାର୍ଯ୍ୟକାରୀ ସଭାପତି ଲଳିତ ମୋହନ ଶତପଥୀଙ୍କୁ, ଚିତ୍ତରଞ୍ଜନ ପଟ୍ଟନାୟକ, ସମ୍ପାଦକ ଅଜୟ କୁମାର ଜେନା, ଅମ୍ବିକା ପ୍ରସାଦ ଦାଶ, ବିରଞ୍ଚି ନାରାୟଣ ବରାଳ, ବିଭୂତି ଭୂଷଣ ମିଶ୍ର, ମାନସ ପତି ଓ ହୁସେନ୍ ଅଲ୍ଲି ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published.