Friday , December 9 2022
Breaking News
Home / ଶିକ୍ଷା / ବିଦ୍ୟାଳୟରେ ପଶି  ଶିକ୍ଷକଙ୍କୁ ମାଡ଼ ମାରିଲେ   ଅସାମାଜିକ ଯୁବକ

ବିଦ୍ୟାଳୟରେ ପଶି  ଶିକ୍ଷକଙ୍କୁ ମାଡ଼ ମାରିଲେ   ଅସାମାଜିକ ଯୁବକ

ନିରାକାରପୁର, ୨୪/୧୧/୨୦୨୨(ଓଡ଼ିଶା ସମାଚାର)-ଟାଙ୍ଗୀ ବ୍ଲକ ଲଲିତା ପାଟପୁର କ୍ଲଷ୍ଟର୍ ଅଧିନସ୍ଥ ଏକ ବିଦ୍ୟାଳୟରେ ଜଣେ ଅସାମାଜିକ ଯୁବକ ସ୍କୁଲ ରେ ପଶି ଜଣେ ଶିକ୍ଷକ ଙ୍କୁ ବିନା କାରଣରେ ମାଡ଼ ମାରିଥିବା ଶୁଣିବାକୁ ମିଳିଛି । ପରେ ଏହି ବିଷୟକୁ ନେଇ ସ୍କୁଲ ମଧ୍ୟରେ ଏକ ବୈଠକ ବସି ଏହି ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ ଲିଖିତ ନିଷ୍ପତିପତ୍ର ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ କି ଉକ୍ତ ସ୍କୁଲ ଗେଟ ଚାବି ପଡିଥିବାବେଳେ ଜଣେ ବ୍ୟକ୍ତି ଆସି ଗେଟ ବାଡେଇ ଡାକିବା ରୁ ଜଣେ ଶିକ୍ଷକ ଆସି ଗେଟ ଖୋଲିବା ମାତ୍ରେ ତାଙ୍କୁ ଏହି ବ୍ୟକ୍ତି ଜଣକ ଶକ୍ତ ଚାପୁଡ଼ା ମାରିଥିଲେ। ଜ ଫଳରେ ଶିକ୍ଷକ ଜଣକ କିଛି ନ ବୁଝି ଅବାକ୍ ହୋଇଯାଇଥିଲେ। କଥା ଉଠେ ଯଦି କୌଣସି ସମସ୍ୟାକୁ ନେଇ କେହି ଆଇନକୁ ହାତକୁ ନେଇ ଜଣେ କର୍ତ୍ତବ୍ୟ ରତ ଶିକ୍ଷକଙ୍କୁ ମାଡ଼ ମାରେ ତେବେ ଶିକ୍ଷକ ସମାଜ ପ୍ରତି ବିପଦ ସୃଷ୍ଟି ହେବ । ଯଦି କୌଣସି ଅଭିଯୋଗ ଅଛି ଦେବେ ପ୍ରଥମେ ଲିଖିତ ଭାବେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯିବା ଦରକାର ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏପରି ଭାବେ ସୈଖିକ ବାତାବରଣ ମଧ୍ୟରେ ଶିକ୍ଷକ ଙ୍କୁ ମଦ ମାରା ଘଟଣାକୁ ସବୁ ସ୍ତରରେ ନିନ୍ଦା କରାଯାଇଛି।

Leave a Reply

Your email address will not be published.