Friday , December 9 2022
Breaking News
Home / ବିଶେଷ / ବାଣ ବିସ୍ଫୋରଣ ଘଟଣାରେ ଆହତଙ୍କୁ ଭେଟି ଚିକିତ୍ସା ସେବା ନେଇ ପଚାରି ବୁଝିଲେ  ମନ୍ତ୍ରୀ ଓ ମେୟର

ବାଣ ବିସ୍ଫୋରଣ ଘଟଣାରେ ଆହତଙ୍କୁ ଭେଟି ଚିକିତ୍ସା ସେବା ନେଇ ପଚାରି ବୁଝିଲେ  ମନ୍ତ୍ରୀ ଓ ମେୟର

କଟକ, ୨୪/୧୧/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ବାଲିଆ ବଜାରରେ ବାଣ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା କଟକ ବଡ଼ ମେଡିକାଲରେ ଜାରି ରହିଛି। ଏହି ବାଣ ଦୁର୍ଘଟଣାରେ ମୋଟ ୩୩ଜଣ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରେ ତିନି ଜଣ ମହିଳା ଓ ତିନି ଜଣ ଶିଶୁ ରହିଛନ୍ତି। ଗୁରୁବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ କଟକ ମେୟର ସୁବାସ ସିଂହ ପ୍ରମୁଖ ଆହତଙ୍କୁ ଭେଟିବା ସହ କିଭଳି ଚିକିତ୍ସା ସେବା ଦିଆଯାଉଛି, ସେ ନେଇ ପଚାରି ବୁଝିଛନ୍ତି।କେନ୍ଦ୍ରାପଡ଼ା ବାଲିଆ ବଜାର କାର୍ତ୍ତିକେଶ୍ୱର ଭସାଣି ସମୟରେ ବାଣ ବିସ୍ଫୋରଣ ଘଟଣାରେ ଏସସିବିରେ ଚିକିତ୍ସିତ ହେଉଥିବା ୩୩ ଜଣଙ୍କ ମଧ୍ୟରୁ ୨୭ ଜଣ ପୁରୁଷ ୩ ଜଣ ମହିଳା ରହିଛନ୍ତି । ଏହାଛଡ଼ା ୩ ଜଣ ଛୋଟ ପିଲା ମଧ୍ୟ ରହିଛନ୍ତି। ସେଥିମଧ୍ୟରୁ ୧୦ ଜଣଙ୍କୁ ଆଇସିୟୁରେ ଭର୍ତି କରାଯାଇଛି। ୫ ଜଣଙ୍କୁ ପ୍ଲାଷ୍ଟିକ ବର୍ଣ୍ଣ ଆଇସିୟୁକୁ ପଠାଯାଇଛି। ଏହାସହ ଦୁଇ ଜଣ ସେଣ୍ଟ୍ରାଲ ଆଇସିୟୁ ଓ ଅନ୍ୟ ୩ ଜଣଙ୍କୁ ଏଆଇସିସିୟୁରେ ଭର୍ତି କରାଯାଇଛି। ତେବେ ଚିକିତ୍ସିତ ହେଉଥିବା ୩୩ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି। ସମସ୍ତଙ୍କ ଚିକିତ୍ସା ପାଇଁ ଏସସିବିର ସର୍ଜରି ଓ ପ୍ଲାଷ୍ଟିକ ସର୍ଜରି ବିଭାଗର ଡାକ୍ତରଙ୍କୁ ନେଇ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ଗଠନ କରାଯାଇଛି। ଏସସିବି ପକ୍ଷରୁ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବା କହିଛନ୍ତି  ଜରୁରୀକାଳୀନ ଅଧିକାରୀ।

Leave a Reply

Your email address will not be published.