Saturday , December 3 2022
Breaking News
Home / ବିଶେଷ / ପାଟକୁରା ଥାନା ପ୍ରାଙ୍ଗଣରେ ସ୍ୱେଛାକୃତ ରକ୍ତଦାନ ଶିବିର ଡ଼ିସେମ୍ବର ପହିଲା ରେ

ପାଟକୁରା ଥାନା ପ୍ରାଙ୍ଗଣରେ ସ୍ୱେଛାକୃତ ରକ୍ତଦାନ ଶିବିର ଡ଼ିସେମ୍ବର ପହିଲା ରେ

ପାଟକୁରା, ୨୪/୧୧/୨୦୨୨(ଓଡ଼ିଶା ସମାଚାର)-ଆସନ୍ତା ଡ଼ିସେମ୍ବର ୧ ତାରିଖ ଗୁରୁବାର ଦିନ ପାଟକୁରା ଥାନା ପ୍ରାଙ୍ଗଣରେ ପ୍ରଥମ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଆମ ପୋଲିସ୍ ସମିତି ପାଟକୁରା, ବରିଷ୍ଠ ନାଗରିକ ମଂଚ ପାଟକୁରା, ଶ୍ରୀ ଶ୍ରୀ କାର୍ତିକେଶ୍ୱର ସାଂସ୍କୃତିକ ପରିଷଦ ପାଟକୁରା ଓ ବାବାଜୀ ବେହେରା ସୋସିଆଲ ଚାରିଟେବୁଲ ଟ୍ରଷ୍ଟ ପାଟକୁରା ର ମିଳିତ ସହଯୋଗରେ ଏହି ସ୍ୱେଛାକୃତ ରକ୍ତଦାନ ଶିବିର ର ଆୟୋଜନ କରାଯାଉଛି । ଡ଼ିସେମ୍ବର ୧ ତାରିଖ ଗୁରୁବାର ସକାଳ ୯ ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଏହି ଶିବିର ଚାଲିବ । ରକ୍ତ ଦାନ ଏକ ମହତ ଦାନ । ଏହାର କୌଣସି ବିକଳ୍ପ ନାହିଁ । ଗୋଟିଏ ୟୁନିଟ୍ ରକ୍ତ ଜଣେ ବ୍ୟକ୍ତିକୁ ମୃତ୍ୟୁ ମୁଖରୁ ଜୀବନ ବଂଚାଇ ପାରିବ । ତେଣୁ ସ୍ୱେଛାକୃତ ଭାବେ ଗୋଟିଏ ଗୋଟିଏ ୟୁନିଟ ରକ୍ତଦାନ କରି ଏହି ମହତ କାର୍ଯ୍ୟରେ ସାମିଲ ହେବା ପାଇଁ ଆୟୋଜକ ମାନଙ୍କ ତରଫରୁ ନିବେଦନ କରାଯାଇଛି ।

Leave a Reply

Your email address will not be published.