Thursday , December 1 2022
Breaking News
Home / ବିଶେଷ / ପକ୍ଷୀ ସୁରକ୍ଷା ପାଇଁ ସଚେତନତା ସଭା

ପକ୍ଷୀ ସୁରକ୍ଷା ପାଇଁ ସଚେତନତା ସଭା

ନିରାକାରପୁର, ୨୪/୧୧/୨୦୨୨(ଓଡ଼ିଶା ସମାଚାର)- ଅତିଥି ଦେବୋ ଭବୋ ଭାରତୀୟ ସଂସ୍କୃତିର ମହାନ ପରମ୍ପରା । ଶୀତ ଋତୁର ଆଗମନରେ ବିଦେଶାଗତ ପକ୍ଷୀ ମାନେ ଧାଇଁ ଆସନ୍ତି ସୁଦୂର ସାଇବେରିଆରୁ ଚିଲିକାକୁ।   ସେମାନଙ୍କୁ ସୁରକ୍ଷା ଦେବା ଆମର ପରମକର୍ତ୍ତବ୍ୟ ।  ସେଥି ପାଇଁ  ଆଜି ଟାଙ୍ଗି ବନାଞ୍ଚଳ ଅଧିକାରୀ  ଚୂଡ଼ାମଣି‌ ମୁର୍ମୁ ଙ୍କ   ନେତୃତ୍ୱରେ ଭୂଷଣ୍ଡପୁର ଗ୍ରାମ ପଂଚାୟତରେ ପକ୍ଷୀ ସୁରକ୍ଷା ପାଇଁ ଏକ ସଚେତନ ଶିବିର ଅନୁଷ୍ଠିତ ହୋଇଥିଲା ।ପକ୍ଷୀମାନଙ୍କୁ ଶିକାର ନକରି ତାଙ୍କୁ ସୁରକ୍ଷା ଦେବାପାଇଁ ସମସ୍ତ ଜନ ସାଧାରଣ ଜନ ପ୍ରତିନଧି, ବିଭାଗୀୟ ଅଧିକାରୀ ମାନେ ଶପଥ ନେଇଥିଲେ। ସମସ୍ତେ ପକ୍ଷୀ ଶୀକାର ଉପରେ ଗୁରୁତ୍ବ ଦେବାକୁ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡେପୁଟି ବନାଞ୍ଚଳ ଅଧିକାରୀ ଅଜୟ ହରିଚନ୍ଦନ, ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂହ, ସୌରଭ ଦାସ ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତାରା ପ୍ରସାଦ ଚାଉପଟନାୟକ ପ୍ରମୁଖ ଙ୍କ ସମେତ ବହୁ ଜନ ପ୍ରତିନିଧି ଉପସ୍ଥିତି ଥିଲେ।

Leave a Reply

Your email address will not be published.