Friday , December 9 2022
Breaking News
Home / Uncategorized / କଟକ ସଦର ବ୍ଲକ୍ ପ୍ରଶାସନର ନୀତି ନିୟମକୁ ଅଣଦେଖା, ସିଧାସଳଖ ପିସି କାରବାର

କଟକ ସଦର ବ୍ଲକ୍ ପ୍ରଶାସନର ନୀତି ନିୟମକୁ ଅଣଦେଖା, ସିଧାସଳଖ ପିସି କାରବାର

କଟକ ସଦର, ୨୪/୧୧/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା)- କଟକ ସଦର ବ୍ଲକ୍ ଏଵେ ଦୁର୍ନୀତିର ଗନ୍ତାଘର ପାଲଟିଥିଵା ଅଭିଯୋଗ ହେଉଛି।ସଵୁ ସରକାରୀ ନୀତି ନିୟମକୁ ଅଣଦେଖା କରି ମନ ଇଚ୍ଛା କାର୍ଯ୍ୟ କରାଯାଉଥିଵାକୁ ନେଇ କାହା ସ୍ୱାର୍ଥରେ ଏହା ଵୋଲି ପ୍ରଶ୍ନବାଚୀ ଠିଆ କରିଛି।ପ୍ରକାଶ ଯେ ଧରିଣା ପଞ୍ଚାୟତରେ ଗୋଚର ଓ ଶ୍ମଶାନ ଜମି ଉପରେ ଗଢି ଉଠିଥିବା ଏକ ମଠକୁ ବେଆଇନ ଦର୍ଶାଇ ରାଜସ୍ୱ ବିଭାଗ ମଠାଧୀଶଙ୍କ ଠାରୁ ୧୦ ହଜାର ଯୋରିମାନା ନେଇ ୨୦୧୫ ମସିହାରେ ମଠରୁ ମଠାଧୀଶଙ୍କୁ ବାହାର କରି ମଠକୁ ସିଲ୍ କରିଥିଲା।ଏଵେ ସେହି ଜମି ଉପରେ ଥିବା କୋଠାକୁ ମିଶନ ଶକ୍ତି ର ନୂଆ ରୂପ ଦିଆଯାଇ ୧୦ ଲକ୍ଷ ଚଳୁ ହୋଇଥିବା ଅଭିଯୋଗ ହୋଇଛି।ଏହା ଏଵେ ଵିଵାଦ ଆଡକୁ ଅଗ୍ରସର ହେଉଥିବା ଜଣାପଡ଼ିଛି। ସରକାରୀ ଵାଵୁ ମାନେ ଯଦି ନୀତି ନିୟମକୁ ଉଲ୍ଲଂଘନ କରନ୍ତି ତେଵେ ସାଧାରଣ ଲୋକେ ଏହାର ଫାଇଦା ନେଇ ସରକାରୀ ଜମିକୁ ଜବରଦଖଲ କରିବାକୁ ପଛେଇଵେ ନାହିଁ ବୋଲି ଚର୍ଚ୍ଚା ହେଉଛି। ସେଥିରେ ଏହି ପଞ୍ଚାୟତର ଏକ ଵିପଦ ଶଙ୍କୁଳ ପୋଲକୁ ଭଙ୍ଗା ନଯାଇ ତାକୁ ନୂଆ ରୂପ ଦେଇ ୭ ଲକ୍ଷ ଟଙ୍କା ଚଳୁ ହୋଇଥିବା ଅନ୍ୟ ଏକ ଅଭିଯୋଗ କରାଯାଇଛି।ଏହି ପୋଲ ଏଵେ ଅଧିକ ଵିପଦ ସୃଷ୍ଟି କରିବା ସହିତ ଏହାର ସ୍ଥାୟୀତ୍ବ ପ୍ରତି ଆଙ୍ଗୁଠି ଉଠିଛି।ଏହା କ’ଣ ଯାନ୍ତ୍ରିକ ବିଭାଗର ନୂତନ ବୈଷୟିକ ଜ୍ଞାନ କୈ।ଶଳର ବ୍ୟବସ୍ଥା କି ଵୋଲି ପ୍ରଶ୍ନ ହେଉଛି। ସେହିପରି କିଶନନଗର ପଞ୍ଚାୟତରେ ଏକ ମିନି ଷ୍ଟାଡିୟମ ପାଇଁ ଗୋଚର ଜମିକୁ ଅକ୍ତିଆର କରିଵାକୁ ଉଦ୍ୟମ କରାଯାଇଥିଲା ଵେଳେ ଗଣମାଧ୍ୟମରେ ଖଵର ପ୍ରସାରଣ ପରେ ଵ୍ଲକ ପ୍ରସାଶନ ଏଥିରୁ ନିବୃତ ରହି ପଛ ଘୁଂଚା ଦେଇଥିଲେ।ହେଲେ ଜମିର କିସମ ପରିବର୍ତ୍ତନ ପାଇଁ ଉଦ୍ୟମ କରିଥିଲେ ଵି ତାହା ୪ ମାସରୁ ଉର୍ଦ୍ଧ୍ବ ହେଵ ସେମିତି ପଡ଼ିରହିଛି। ସେହିପରି ଗ୍ରାମାଞ୍ଚଳର ବିଭିନ୍ନ ପ୍ରକଳ୍ପ ଦାଖଲ ହୋଇଥିବା କାଗଜପତ୍ର ଅନୁସାରେ ନହୋଇ ଅନ୍ୟତ୍ର ସୁବିଧା ଅନୁଯାୟୀ କରାଯାଉଛି।ଏହା ଵ୍ଲକ ପ୍ରଶାସନର ଜାଣତରେ ହେଉଥିବା ଅଭିଯୋଗ ହେଉଛି। ସେଥିରେ ପିସି କାରବାରକୁ ନାଁ କରାଯାଇଥିଲା ଵେଳେ ଏଠାରେ ସିଧାସଳଖ ହଁ କରାଯାଇ ଜବରଦସ୍ତ ପିସି ଵାଵଦକୁ ଟଙ୍କା କଟାଯାଇ ଚେକ୍ ଧରାଇ ଦିଆ ଯାଉଥିବା ଅଭିଯୋଗ ହେଉଛି।ଆଗକୁ ଏମିତି ଚାଲିଲେ ବ୍ଲକ୍ ଆଉ ଵ୍ଲକ ନହୋଇ ଵ୍ଲାକ ଅଫିସରେ ପରିଣତ ହେଵ ବୋଲି ମତପ୍ରକାଶ ପାଉଛି। ଏଥିପାଇଁ ତୁରନ୍ତ ୫-ଟି ସଚିବ ଏଥିରେ ହସ୍ତକ୍ଷେପ କରିଵାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published.