Friday , December 9 2022
Breaking News
Home / ଶିକ୍ଷା / ଓରିଙ୍ଗା-ବାଲିସାହି ଉପ୍ରା ବିଦ୍ୟାଳୟର ମୋ ସ୍କୁଲ କମିଟି ଗଠିତ

ଓରିଙ୍ଗା-ବାଲିସାହି ଉପ୍ରା ବିଦ୍ୟାଳୟର ମୋ ସ୍କୁଲ କମିଟି ଗଠିତ

ଅଭିମନ୍ୟୁ ବେହେରା ସଭାପତି

ଭୁବନ ୨୪/୧୧/୨୦୨୨(ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ଓରିଙ୍ଗା-ବାଲିସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ ଜରୁରୀ ବୈଠକ ଅଭିଭାବକ ଓ ପୁରାତନ ଛାତ୍ର ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅପ୍ସରା ଲେଙ୍କା ସଭାପତିତ୍ୱ କରି ମୋ ସ୍କୁଲ କମିଟି ସଂପର୍କରେ ସୂଚନା ଦେବା ସହ କମିଟିର କାର୍ଯ୍ୟ , ଦାୟିତ୍ୱ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥରଲେ । ପରିଚାଳନା କମିଟିର ପୂର୍ବତନ ସଭାପତି ଧରଣୀଧର ପଣ୍ଡା ଙ୍କର ଗତ ଅକ୍ଟୋବର ୮ ତାରିଖ ରେ ଅକାଳ ବିୟୋଗ ହୋଇଯାଇଥିବାରୁ ପୂର୍ବ କମିଟି ସ୍ୱତଃ ରଦ୍ଧ ହୋଇଯାଇଥିଲା । ଏଥି ନିମନ୍ତେ ଏକ ନୂତନ କମିଟି ଗଠନ ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ପ୍ରସ୍ତାବ ଦେଇଥିଲେ । ମଠକରଗୋଳା ପଂଚାୟତର ପୂର୍ବତନ ସରପଂଚ ତଥା ବିଦ୍ୟାଳୟର ପୂର୍ବତନ ଛାତ୍ର ଅଭିମନ୍ୟୁ ବେହେରା ଙ୍କୁ ସର୍ବସମ୍ମତ କ୍ରମେ ସଭାପତି ଭାବେ ଚୟନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସନ୍ତୋଷ କୁମାର ସାହୁ , ଭରତ ଚନ୍ଦ୍ର ବେହେରା , ବିଘ୍ନେଶ୍ୱର ବେହେରା , ମାୟାଧର ବେହେରା , କୋଦଣ୍ଡଧର ବେହେରା , ସର୍ବେଶ୍ୱର ନାୟକ ,ଗୋପୀନାଥ ନାୟକ , ପବିତ୍ର ବେହେରା , ଅନୁଜ କୁମାର ଦାସ , ସହଦେବ ସାହୁ , ଅକ୍ଷୟ ସାହୁ , ପ୍ରିୟ ରଂଜନ ସାହୁ ପ୍ରମୁଖ ଙ୍କୁ ସଦସ୍ୟ ଭାବେ ଚୟନ କରାଯାଇଥିଲା । ପୂର୍ବତନ ସଭାପତି ସ୍ୱତର୍ଗ ପଣ୍ଡା ଙ୍କ ଅମରଆତ୍ମା ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

Leave a Reply

Your email address will not be published.