Friday , December 9 2022
Breaking News
Home / ବିଶେଷ / ଏୟୁସିସି ବ୍ୟାଙ୍କ ଭୁବନ ଶାଖା ତରଫରୁ ନିର୍ଦ୍ଧେଶକ ଙ୍କୁ ସମ୍ବର୍ଦ୍ଧନା

ଏୟୁସିସି ବ୍ୟାଙ୍କ ଭୁବନ ଶାଖା ତରଫରୁ ନିର୍ଦ୍ଧେଶକ ଙ୍କୁ ସମ୍ବର୍ଦ୍ଧନା

ଭୁବନ ୨୪/୧୧/୨୦୨୨(ଓଡ଼ିଶା ସମାଚାର)- ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ (ଏୟୁସିସି) ବ୍ୟାଙ୍କ , ଭୁବନ ଶାଖା ତରଫରୁ ୧୨ ନମ୍ବର ଜୋନ ନିର୍ଦ୍ଧେଶକ ଅଭିମନ୍ୟୁ ବେହେରା ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଭୁବନ କାଳିବଜାର ସ୍ଥିତ ବ୍ୟାଙ୍କ ପରିସରରେ ଶାଖା ପରିଚାଳକ ପ୍ରମୋଦ କୁମାର ବିଶ୍ୱାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ସୁପରଭାଇଜର କ୍ଷୀରୋଦ ଚନ୍ଦ୍ର ପାତ୍ର , ଆକାଉଟାଣ୍ଟ ଅନ୍ତର୍ଯ୍ୟାମୀ ଶତପଥି , କ୍ୟାସିୟର ପ୍ରଶାନ୍ତ ପତି ଙ୍କ ସମେତ କର୍ମଚାରୀ ବନ୍ଦନା ସାହୁ , ସ୍ୱାଗତିକା ମହାନ୍ତି , ରଞ୍ଜିତ ମହଲ ,ସିପୁନ ବେହେରା , ଅର୍ଜୁନ ଦାଶ , ସଂପାଦକ ସଂଜୟ ପୃଷ୍ଟି , ସୁଶାନ୍ତ ପରିଡା , ଅର୍ଜୁନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ନିର୍ଦ୍ଧେଶକ ଅଭିମନ୍ୟୁ ବେହେରା ଙ୍କ କର୍ମମୟ ତଥା ସଂଘର୍ଷମୟ ଜୀବନ ସଂପର୍କରେ ଆଲୋକପାତ କରିବା ସହ ଦ୍ୱିତୀୟ ଥର ପାଇଁ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଯୋଗୁଁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ବ୍ୟାଙ୍କ ତରଫରୁ ନିର୍ଦ୍ଧେଶକ ଶ୍ରୀଯୁକ୍ତ ବେହେରା ଙ୍କୁ ପୁଷ୍ପଗୁଚ୍ଛ , ପ୍ରଶଂସାପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା । ଚାଷୀ ଭାଇ ମାନଙ୍କ ଉନ୍ନତି ଓ ବ୍ୟାଙ୍କ ର ଆର୍ଥôକ ପ୍ରଗତି ପାଇଁ ସେ ବଦ୍ଧପରିକର ବୋଲି ନିର୍ଦ୍ଧେଶକ ଶ୍ରୀଯୁକ୍ତ ବେହେରା ମତବ୍ୟକ୍ତ କରିଥିଲେ ।

Leave a Reply

Your email address will not be published.