Saturday , December 3 2022
Breaking News
Home / ବିଶେଷ / ଆମ ଗାଁ ଆମ ଜମି ସୁରକ୍ଷା କମିଟିର ଭୁମି ପୂଜା ବେଳେ ପ୍ରଶାସନ ଲଗାଇଲା ଫଳକ

ଆମ ଗାଁ ଆମ ଜମି ସୁରକ୍ଷା କମିଟିର ଭୁମି ପୂଜା ବେଳେ ପ୍ରଶାସନ ଲଗାଇଲା ଫଳକ

ଖୋର୍ଦ୍ଧା ୨୪/୧୧/୨୦୨୨(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ତହସିଲ ନୂଆଗଡ ପଂଚାୟତ ପାତ୍ରପଡା ମୌଜାରେ ଆମ ଗାଁ ଆମ ଜମି ସୁରକ୍ଷା କମିଟି ପକ୍ଷରୁ ଭୁମି ପୂଜା କରାଯାଉଥିବା ବେଳେ ଟାଙ୍ଗି ତହସିଲ ପକ୍ଷରୁ ସରକାରୀ ଜମିର ଫଳକ ଲଗାଯାଉଥିବା ଦେଖିବାକୁ ମିଳିଛି। ଉକ୍ତ ପ୍ଳଟର ପ୍ରଥମରୁ ଗ୍ରାମବାସୀମାନଙ୍କ ଦ୍ବାରା ବିଧିବଦ୍ଧ ଭୁମି ପୂଜା ଚାଲିଥିବା ବେଳେ ସେହି ସମୟରେ ତହସିଲ କର୍ମଚାରୀଙ୍କ ଦ୍ବାରା ସରକାରୀ ଯାଗାର ନାମଫଳକ ଲଗାଇବା ଏକ ପ୍ରକାର କୌତୁହଳ ଦ୍ରୁଶ୍ୟ ଥିଲା। ଟାଙ୍ଗି ତହସିଲଦାର ଜନ୍ମେଜୟ ସାହୁଙ୍କ ସହିତ ଟାଙ୍ଗି ଆଇଆଇସି ଦିଗ୍ ବିଜୟ ବିଶ୍ବାଳଙ୍କ ଉପସ୍ଥିତିରେ ଭୁଷଣ୍ଡପୁର ରାଜସ୍ବ କର୍ମଚାରୀ ଫଳକ ଲଗାଇଥିଲେ। ଉକ୍ତ ଫଳକରେ ଆଜି ଲାଗିଥିବା ବେଳେ ତାରିଖ ଲେଖାଯାଇଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଆମ ଗାଁ ଆମ ଜମି ସୁରକ୍ଷା କମିଟି ଅଧକ୍ଷ ବେଲେଶ୍ୱର ମଂଗରାଜଙ୍କ ନେତୃତ୍ବରେ ଶାନ୍ତି ଶ୍ରୁଂଖଳାରେ ଭୁମି ପୂଜା କାର୍ଯ୍ୟ ସଂପର୍ଣ୍ଣ ହୋଇଛି। ଆସନ୍ତା ଦିନରେ ଗ୍ରାମବାସୀ ଗ୍ରୁହ ନିର୍ମାଣ କରିବା ବେଳେ ତହସିଲ ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଛି।

Leave a Reply

Your email address will not be published.