Friday , December 9 2022
Breaking News
Home / ବିଶେଷ / ଅବସରପ୍ରାପ୍ତ ଵ୍ୟାଙ୍କ ଏଜିଏମ୍ ଙ୍କର ଦିଲ୍ଲୀରେ ଅକାଳମୃତ୍ୟୁ,ଶୋକରଛାୟା

ଅବସରପ୍ରାପ୍ତ ଵ୍ୟାଙ୍କ ଏଜିଏମ୍ ଙ୍କର ଦିଲ୍ଲୀରେ ଅକାଳମୃତ୍ୟୁ,ଶୋକରଛାୟା

କଟକ ସଦର,୨୪/୧୧/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା)- ଭୁବନେଶ୍ୱରରୁ ସାନ ଝିଅର ଵିଭାଘର ସ୍ଥିର କରିଵାକୁ ଦିଲ୍ଲୀ ଯାଇଥିବା ପଞ୍ଜାବ ଆଣ୍ଡ ସିନ୍ଧ୍ ଵ୍ୟାଙ୍କର ଓଡ଼ିଶା ମୂଖ୍ୟ ତଥା ଅବସରପ୍ରାପ୍ତ ଏଜିଏମ୍ ଵସନ୍ତ କୁମାର ପାତ୍ର (୬୨) ଙ୍କର ସେଠାରେ ଅକାଳ ମୃତ୍ୟୁ ଘଟିଥିବା ଜଣାପଡିଛି।ପରିଵାର ଵିଵାହ ପ୍ରସ୍ତାଵ ସ୍ଥିର କରି ଫେରିଵା ସମୟରେ ଅସୁସ୍ଥତା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ଲାଜପତନଗର ମୁଲଚାନ୍ଦ ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ମିନୁ ପ୍ରଭା ବେହେରା,ପୁଅ ସତ୍ୟପ୍ରତିକ ପାତ୍ର,ଝିଅ ରୁପାଲି ପାତ୍ର,ସୋନାଲି ପାତ୍ର,ଜ୍ୱ।ଇଁ ଶିବ ସୁନ୍ଦର ବେହେରା,ସୋମେଶ କୁମାର,ତାପସ ପାତ୍ର, ଜୟନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଦିଲ୍ଲୀରେ ଶଵ ସତ୍କାର କରି ପରିଵାର ଲୋକେ ଭୁବନେଶ୍ୱର ଫେରି ଆସିଛନ୍ତି।ସିଏ ଜଣେ ଅତି ଅମାୟିକ ଓ ଭଦ୍ର ସ୍ୱଭାବର ମଣିଷ ହୋଇଥିବାରୁ ତାଙ୍କ ମୃତ୍ୟୁରେ ଶଶୁର ଘର ପାରାଵିଲ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଏଥିରେ ଭୂଵନେଶ୍ୱର ସାଂଗଠନିକ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ସରୋଜ କୁମାର ପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.