Friday , December 9 2022
Breaking News
Home / ବିଶେଷ / ଅଗ୍ନିକାଣ୍ଡରେ ୫ ବଖରା ଘର ଜଳିଗଲା

ଅଗ୍ନିକାଣ୍ଡରେ ୫ ବଖରା ଘର ଜଳିଗଲା

ଟାଙ୍ଗି, ୨୪/୧୧/୨୦୨୨ (ଓଡିଶା ସମାଚାର/ଦୀପକ ପ୍ରଧାନ)- ନିଆଁ ଲାଗି ୫ବଖରା ଘର ପୋଡି ପାଉଁଶ।ପାରିବାରିକ କଳହ ଯୋଗୁଁ ନିଆ ଲଗାଇଦେଲା ଦୁର୍ବୁତ୍ତ।ଖୋର୍ଦ୍ଧା ଟାଗିଂ ଥାନା ଉଜ୍ୱଳା ଗୋପିନାଥପୁର ଗ୍ରାମପଞ୍ଚାୟତ ବଡସାହିରେ ଘଟିଛି ଘଟଣା।ନିଆଁ ଲାଗି ୫ ଘର ସଂପୂର୍ଣ୍ଣ ପୋଡି ଯାଇଥିବା ବେଳେ ସମସ୍ତ ଘରକକରଣା ଜିନିଷପତ୍ର ସମେତ ଧାନ ଚାଉଳ ପୋଡି ନଷ୍ଟ ହୋଇଛି।ସୂଚନାରୁ ଜଣାପଡିଛି କାଳିଆ ନାୟକ ନାମକ ଜଣେ ଯୁବକ ତାର ନିଜ ପରିବାର ସହିତ କୈ।ଣସି କାରଣରୁ କଳହ କରି ଉତ୍ୟକ୍ତ ହୋଇ ନିଜ ଘରେ ନିଆଁ ଲଗାଇଦେଇଥିଲା ନିଆଁ ପଡୋଶୀ ଘରକୁ ବ୍ୟାପି ଯିବାରୁ ପଡୋଶୀ ଭରତ ଦଳେଇ,ପିତାମ୍ବର ଦଳେଇ,ଦେବେନ୍ଦ୍ର ଦଳେଇ ଓ ବିପିନ ଦଳେଇଙ୍କ ଘର ପୋଡି ପାଉଁଶ ହୋଇଯାଇଛି।ନିଆଁ ଲାଗିଯାଇଥିବା ଜାଣିବା ପରେ ନିଆଁକୁ ଗ୍ରାମବାସୀ ମାନେ ଆୟତ କରିବାକୁ ଚେଷ୍ଟା କରିଥିଲେ ପରେ ଖବର ପାଇ ଟାଗିଂ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିବା ଜଣାପଡ଼ିଛି।ପରେ ଗ୍ରାମବାସୀ ମାନେ ନିଆଁ ଲଗାଇଥିବା ଦୁର୍ବୁତ୍ତ କାଳିଆ ନାୟକକୁ କାବୁ କରି ଟାଗିଂ ପୋଲିସ କୁ ହସ୍ତାନ୍ତର କରିଛନ୍ତି।ପୋଲିସ କାଳିଆକୁ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି।

Leave a Reply

Your email address will not be published.