Thursday , June 8 2023
Breaking News
Home / ବିଶେଷ / ୮ ବର୍ଷ ଧରି ନିଖୋଜ ଅଛନ୍ତି ଧର୍ମଶାଳାର ଗୌରାଙ୍ଗ ବସନ୍ତିଆ

୮ ବର୍ଷ ଧରି ନିଖୋଜ ଅଛନ୍ତି ଧର୍ମଶାଳାର ଗୌରାଙ୍ଗ ବସନ୍ତିଆ

ଯାଜପୁର, ୨୩/୧୧/୨୦୨୨(ଓଡ଼ିଶା ସମାଚାର)- ଧର୍ମଶାଳ ଥାନା ଅନ୍ତର୍ଗତ ଅଭୟପୁର ଗ୍ରାମର ଗୌରଙ୍ଗ ବସନ୍ତିଆ ଦୀର୍ଘ ୮ ବର୍ଷ ହେଲା ନିଖୋଜ ଅଛନ୍ତି ।  ପୁରସ୍ତମ ବସନ୍ତିଆଙ୍କ ୨୫ ବର୍ଷର ପୁଅ ଗୌରାଙ୍ଗ ୨୦୧୪ ମସିହାରେ କାହ୍ନୁ ଚରଣ ଲେଙ୍କାଙ୍କ ଗାଡି ହେଲପର୍ ଭାବେ କାର୍ଯ୍ୟ କରୁଥିଲେ ।  ୨୦୧୪ ମାର୍ଚ୍ଚ ୨୭ ତାରିଖ ଦିନ ଗାଡି ଡ୍ରାଇଭର ସୁଶାନ୍ତ ଦାସ ମାଲିକ କାହ୍ନୁ ଲେଙ୍କାଙ୍କୁ ଗୌରାଙ୍ଗର ଅନୁପସ୍ଥିତି  ସଂପର୍କରେ ଜଣାଇ ଥିଲେ ।  ସୂଚନା ପାଇ କାହ୍ନୁ ଚରଣ ଯାଜପୁର ରୋଡ ଥାନା ଅନ୍ତର୍ଗତ ଗୈାରାଙ୍ଗ ରହୁଥିବା କହ୍ନେଇପୁର ଅଂଚଳ ଖୋଜାଖୋଜି କରି ଯାଜପୁର ରୋଡ ଥାନାକୁ ଆସିଥିଲେ । ସେ ସମୟରେ ତତ୍କାଳିନ ଆଇ.ଆଇ.ସି. ନିଖୋଜ ସ୍ଥାନ ଯାଜପୁର ରୋଡର ସ୍ଥାନୀୟ ଅଂଚଳ ଓ ଆଖପାଖ ଇଲାକା ଅନୁସନ୍ଧାନ କରିଥିଲେ ମଧ୍ୟ ଗୌରାଙ୍ଗକୁ ଖୋଜିବାରେ ସପଂଳ ହୋଇପାରି ନ ଥିଲେ ।  ଯାଜପୁର ଜିଲ୍ଳ୍ାର ସମସ୍ତ ବଜାର ଅଂଚଳ, ସାପ୍ତାହିକ ହାଟ, ଜେଲ, ସବ୍ ଜେଲ୍ ଗୁଡିକରେ ମଧ୍ୟ ଅନୁସନ୍ଧାନ କରାଯାଇଥିଲା ।  ଡ୍ରାଇଭର ସୁଶାନ୍ତ ଏବଂ ଗାଡି ମାଲିକ କାହ୍ନୁ ଚରଣଙ୍କୁ ମଧ୍ୟ ପୋଲିସ ଜେରା କରିଥିଲା ।  ନିଖୋଜ ବ୍ୟକ୍ତିଙ୍କ ଅନୁସନ୍ଧାନ ପାଇଁ ଯାଜପୁରର ସମସ୍ତ ଥାନା ଏବଂ ସୀମାନ୍ତବର୍ତୀ ଜିଲ୍ଳ୍ା ଗୁଡିକରେ ଭିଏଚଏଫ ମାଧ୍ୟମରେ ଯୋଗାଯୋଗ କରିଥିଲେ ହେଁ ଏ ପର୍ଯ୍ୟନ୍ତ ଗୌରାଙ୍ଗର ସନ୍ଧାନ ମିଳିପାରି ନାହିଁ ।  ଏ ସମ୍ୱନ୍ଧରେ ଧର୍ମଶାଳା  ଥାନା ଏମ୍.ଏମ୍.ଆର. ନଂ. ୧୧/୨୦୧୪ ରେ ଏକ ମିସିଂ ରିପୋର୍ଟ ଦରଜ କରାଯାଇଥିଲା ।  ଯଦି କୌଣସି ସହୃଦୟ ବ୍ୟକ୍ତି ଗୌରାଙ୍ଗର ସନ୍ଧାନ ପାଆନ୍ତି ତେବେ ନିକଟସ୍ଥ ପୋଲିସ ଷ୍ଟେସନରେ ଜଣାଇବାକୁ ଧର୍ମଶାଳା ଥାନା ଅଧିକାରୀ ନିବେଦନ କରିଛନ୍ତି ।

Leave a Reply

Your email address will not be published.