Wednesday , May 31 2023
Breaking News
Home / ବିଶେଷ / ଲୁଣା – ଚିତ୍ରୋତ୍ପଳା ଦ୍ୱୀପାଂଚଳ ରୁ ଜଳ ନିସ୍କାସନ ଦାବିରେ କୃଷକ ସମ୍ମିଳନୀ 

ଲୁଣା – ଚିତ୍ରୋତ୍ପଳା ଦ୍ୱୀପାଂଚଳ ରୁ ଜଳ ନିସ୍କାସନ ଦାବିରେ କୃଷକ ସମ୍ମିଳନୀ 

ଗରଦପୁର, ୨୩/୧୧/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ କୋରୁଆସ୍ଥିତ ପାଟକୁରା ପ୍ରଗତି ମଂଚ ସମ୍ମିଳନୀ କକ୍ଷରେ ଲୁଣା- ଚିତ୍ରୋତ୍ପଳା ଦ୍ୱୀପାଂଚଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବରିଷ୍ଠ ନାଗରିକ ତଥା ସମାଜସେବୀ ପ୍ରଫୁଲ ବେଉରା ସଭାପତିତ୍ୱ କରିଥିଲେ । ସମ୍ମିଳନୀ ବୈଠକରେ ଲୁଣା – ଚିତ୍ରୋତ୍ପଳା ଦ୍ୱୀପାଂଚଳରେ ଖରିଫ ଋତୁରେ  ଉଦବୃତ ଜଳ ନିସ୍କାସନ ଅଭାବରୁ ପ୍ରତିବର୍ଷ ଧାନ ଫସଲ କ୍ଷତିଗ୍ରସ୍ତ ହେଉଛି । ଦ୍ୱୀପାଂଚଳର ନେମାଳ ଠାରୁ ତଳ ମୁଣ୍ଡରେ ଥିବା କଷ୍ଟି ନାରାୟଣପୁର ପର୍ଯ୍ୟନ୍ତ ୨୮ ଗୋଟି ଗ୍ରାମ ପଂଚାୟତର ୧୪ ହଜାର ହେକ୍ଟରରୁ ଉଦ୍ଧ୍ୱର୍ ଧାନ ଫସଲ ପ୍ରାୟ ଅଧିକାଂଶ ବର୍ଷ କ୍ଷତିଗ୍ରସ୍ତ ହୋଇଥାଏ । ଏହି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଦୀର୍ଘ ୧୫ ବର୍ଷ ହେବ ନେସନାଲ ୱେଲଫ୍ରୋର ଟ୍ରଷ୍ଟ , ପାଟକୁରା ପ୍ରଗତି ମଂଚ ଓ ରାଜ୍ୟ ମିତ୍ର ସଂଗଠନ ଆନୁକୂଲ୍ୟରେ ସମୟ ଭିତିକ ଆନ୍ଦୋଳନ ଜାରି ରହିଛି । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଙ୍କୁ ଦିଲୀ ଠାରେ ଭେଟିବା ପାଇଁ ଏକ କମିଟି ପରିଦର୍ଶନରେ ଯିବେ ବୋଲି ବୈଠକରେ ଆଲୋଚନା ହୋଇଥିଲା । ଏହି ଅଭିଯାନରେ ଅଂଚଳର ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ସାପ୍ତାହିକ ହାଟ ମାନଙ୍କରେ ପଥପ୍ରାନ୍ତ ସଭା କରାଯିବା ପାଇଁ ସ୍ଥିର କରାଯାଇଥିଲା । ଏହି ବୈଠକରେ କମିଟି ର ଆବାହକ ଆଇନଜିବୀ ଶିବ ପ୍ରସାଦ ସିଂ , ସଂଯୋଜକ ପ୍ରକୃତି ବନ୍ଧୁ ସନ୍ତୋଷ ଜେନା , କ୍ରିୟାନୁଷ୍ଠାନ କମିଟି ସଦସ୍ୟ କେଦାରନାଥ ସାମନ୍ତରାୟ , ଭୁବନ ମୋହନ ଜେନା , ଗୋପବନ୍ଧୁ ନାଥ, ବିଘ୍ନେଶ୍ୱର ନାୟକ , ପ୍ରତାପ ପରିଡ଼ା, ଉମାକାନ୍ତ ଜେନା , ସୌଭାଗ୍ୟ ରଂଜନ ଦାସ, ସୀତାକାନ୍ତ ନାୟକ, ପ୍ରଦୀପ ସାମଲ , ରବିନ୍ଦ୍ର ଦାସ , ଅବିନାଶ ସ୍ୱାଇଁ , ଇନ୍ଦୁପ୍ରଭା ଦାସ , ନବାବ ପଣ୍ଡା ପ୍ରମୁଖ ଯୋଗଦେଇ ମତାମତ ରଖିଥିଲେ । ପ୍ରତ୍ୟେକ ବ୍ଲକ୍ ରେ ଶିତଳ ଭଣ୍ଡାର , ଧାନର ପ୍ରକୃତ ମୂଲ୍ୟ ନିର୍ଦ୍ଧାରଣ , ଚାଷୀର ଜମିକୁ ଜଳ ସେଚନର ସୁବିଧା କରାଇ ଦେବା ଲାଗି ସରକାରଙ୍କ ପାଖରେ ଅଧିକନ୍ତୁ ଦାବି ଉପସ୍ଥାପିତ ହେବ ବୋଲି ବୈଠକରେ ସ୍ଥିର ହୋଇଥିଲା । ଏଥି ସହିତ ଖୁବ ଶୀଘ୍ର ଏକ ବଡ଼ ଧରଣର କୃଷକ ସଭା ଓ ଏକ ସଚେତନତା କୃଷି ରଥ ନେମାଳ ଠାରୁ କଷ୍ଟି ନାରାୟଣପୁର ପର୍ଯ୍ୟନ୍ତ ସମସ୍ତ ଗ୍ରାମରେ ବୁଲି ଲୋକମାନଙ୍କୁ ସଚେତନ କରାଯିବ ବୋଲି ସଂଯୋଜକ ଶ୍ରୀ ଜେନା ପ୍ରକାଶ କରିଥିଲେ । ଦ୍ୱୀପାଂଚଳର ଜଳ ନିସ୍କାସନ ଓ ଜଳ ସେଚନ ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବୈଠକରେ ବକ୍ତାମାନେ ମତ ପୋଷଣ କରିଥିଲେ । ଏଥିରେ ୨୮ ଗୋଟି ପଂଚାୟତର କୃଷକ ସଂଗଠକମାନେ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published.