Friday , December 9 2022
Breaking News
Home / ତାଜା ଖବର / ରାଜଧାନୀରେ ବୋମାମାଡ଼

ରାଜଧାନୀରେ ବୋମାମାଡ଼

ଭୁବନେଶ୍ୱର, ୨୩/୧୧/୨୦୨୨(ଓଡ଼ିଶା ସମାଚାର)- ରାଜଧାନୀରେ ବୋମାମାଡ଼। ଏଥିରେ ୨ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଏପରି ଘଟଣା ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା ମୁସଲିମ୍ ବସ୍ତିରେ ରେ ଘଟିଛି। ଗୋଷ୍ଠି ସଂଘର୍ଷ ରୁ ଏହି ବୋମାମାଡ଼ ଘଟିଛି । ବୋମାମାଡ଼ କରିଥିବା ଯୁବକଙ୍କୁ ପୋଲିସ ଚିହ୍ନଟ କରିଛି । ବୋମାଡ଼ ରେ ଆହତ ୨ ଜଣଙ୍କୁ ରାଜଧାନୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଲକ୍ଷ୍ମୀସାଗର ପୋଲିସ ପହଞ୍ଚି ତନାଘନା କରୁଛି। ଓଡ଼ିଶା ସମାଚାର

Leave a Reply

Your email address will not be published.