Friday , December 9 2022
Breaking News
Home / ତାଜା ଖବର / ଭୟଙ୍କର ଶବ୍ଦରେ ୩ ଜିଲ୍ଲା ଥରିଲା, ଶବ୍ଦ କେଉଁଠୁ ଆସିଲା ତାହା କେହି କହିପାରୁନାହାଁନ୍ତି

ଭୟଙ୍କର ଶବ୍ଦରେ ୩ ଜିଲ୍ଲା ଥରିଲା, ଶବ୍ଦ କେଉଁଠୁ ଆସିଲା ତାହା କେହି କହିପାରୁନାହାଁନ୍ତି

ଭଦ୍ରକ/ଯାଜପୁର/କେନ୍ଦୁଝର – ଭୟଙ୍କର ଶବ୍ଦରେ ୩ ଜିଲ୍ଲା ଥରିଲା । ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜିଲ୍ଲା ରେ ଭୟଙ୍କର ଶବ୍ଦ ଅନୁଭୂତ ହୋଇଛି । ଭୟଙ୍କର ଶବ୍ଦ ଶୁଣି ଲୋକମାନେ ଭୟରେ ଘରୁ ବାହାରି ଆସିଥିଲେ । ବଡ଼ ଧରଣର ବିଷ୍ଫୋରଣ ଭଳି ୨ ଥର ବଡ଼ ଧରଣର ଶବ୍ଦ ହୋଇଛି । ୧୦ ମିନିଟ୍ ବ୍ୟବଧାନରେ ୨ ଥର ପ୍ରଚଣ୍ଡ ଶବ୍ଦ ହୋଇଛି। ତେବେ ଶବ୍ଦ କୁଆଡୁ କେଉଁଠୁ ଆସିଲା ତାହା କେହି କହିପାରୁନାହାଁନ୍ତି ।ଶକ୍ତିଶାଳୀ ବୋମା ବିସ୍ଫୋରଣ ଘଟିଲେ ଯେଉଁଭଳି ଭୟଙ୍କର ଶବ୍ଦ ହୁଏ ଓ କମ୍ପନ ସୃଷ୍ଟି ହୁଏ ସେଭଳି ଘଟଣା ଘଟିଛି । ଶବ୍ଦର ମାତ୍ରା ଏପରି ଥିଲା ଯେ କିଛି କ୍ଷଣ ପାଇଁ ଘରଦ୍ବାର ଦୋହଲି ପଡ଼ିଥିଲା। ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ଘରଦ୍ବାର। କ’ଣ ହେଲା ବୋଲି ଘରୁ ବାହାରି ଆସିଲେ ଲୋକେ।

Leave a Reply

Your email address will not be published.