Saturday , June 10 2023
Breaking News
Home / ବିଶେଷ / ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାୟକ ଙ୍କ ପରଲୋକ

ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାୟକ ଙ୍କ ପରଲୋକ

ବାରିପଦା/ ଭୁବନେଶ୍ୱର, ୨୩/୧୧/୨୦୨୨(ଓଡ଼ିଶା ସମାଚାର)- ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ଉଦଳା ବିଧାୟକ ଶ୍ରୀ ଗୋଲକ ବିହାରୀ ନାୟକ । ଦୀର୍ଘ ଦିନରୁ ସେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ।  ସେ ବୁଧବାର ସକାଳେ ବେତନଟୀ ଫାର୍ମ ହାଉସ ବାସଭବନରୁ ବାରିପଦାର ଏକ ଘରୋଇ ନର୍ସିଂ ହୋମକୁ ବ୍ଳଡ ଡାୟଲେସିସ ପାଇଁ ଆସିଥିବା ବେଳେ ପୂର୍ବାହ୍ନ୧୦ଟା ସମୟରେ ଆଖି ବୁଜି ଥିଲେ।ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା ।

ଆଜି ହଠାତ ତାଙ୍କ ଦେହାନ୍ତରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି। ମୄତ୍ୟୁ ଖବର ପ୍ରଚାରିତ ହେବା ପରେ ଶେଷ ଦର୍ଶନ ପାଇଁ ବିଭିନ୍ନ ରାଜନୈତିକ ଦଳର ନେତୄବୄନ୍ଦ, ସମର୍ଥକଙ୍କ ଭିଡ ଲାଗି ରହିଛି । ମର ଶରୀରକୁ ବାସସ୍ଥାନ ବେତନଟୀ ଫାର୍ମ ହାଉସକୁ ନିଆଯିବା ପରେ ସେଠାରୁ ପୈତୃକ ଗ୍ରାମ ବଡସାହି ବ୍ଳକ ଶିଆଳିଘାଟି ପଂଚାୟତ ବୁଢେଇରଣାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ସୂତ୍ରରୁ ସୂଚନା ମିଳିଛି। ଗୋଲକ ବିହାରୀ ନାଏକଙ୍କ ପରଲୋକ ଦୁଃଖଦ ଖବର ପାଇ ବରିଷ୍ଠ ନେତା ତଥା ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି, ବାରିପଦା ନଗରପାଳ କୃଷ୍ନାନନ୍ଦ ମହାନ୍ତି ଓ ବିଭିନ୍ନ ଦଳର ବରିଷ୍ଠ ନେତା ମାନେ ଉପସ୍ଥିତ ରହି ଶୋକବ୍ୟକ୍ତ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ଗୋଲକ ବିହାରୀ ନାୟକ ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରମନ୍ତ୍ରୀ ଭାବେ ଯୋଜନ ସମନ୍ୱୟ ଓ ପେନସନ୍ ମନ୍ତ୍ରାଳୟର ଦାୟିତ୍ୱ ତୁଲାଇ ଥିଲେ। ପୁଣି ଥରେ ୨୦୦୪ ରୁ ୨୦୦୯ ମସିହା ପର୍ଯ୍ୟନ୍ତ ବିଜେପିରୁ ମତ୍ସ୍ୟ ଓ ପଶୁ ସମ୍ପଦ ଓ ହସ୍ତତନ୍ତ ଓ ବୟନ ଶିଳ୍ପର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଦାୟିତ୍ୱ ରେ ଥିଲେ। ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ବିଜୁ ଜନତା ଦଳରୁ  ଉଦଳା ବିଧାୟକ ଭାବେ ନିର୍ବାଚିତ ହୋଇ ଥିଲେ। ତାଙ୍କ ରାଜନୈତିକ ଜୀବନ ଖୁଣ୍ଟା ର ଜିଲ୍ଲାପରିଷଦ ସଦସ୍ୟ ଭାବରେ ଆରମ୍ଭ କରିଥିଲେ। ତାଙ୍କ ବିୟୋଗରେ କେବଳ ମୟୁରଭଞ୍ଜ ରାଜନୀତି ନୁହେଁ ସମଗ୍ର ମୟୁରଭଞ୍ଜ ଜଣେ ମେଳାପି ଓ ଶକ୍ତ ସଂଗଠକ ସହିତ ଜଣେ ଭଲମଣିଷକୁ ହରାଇଛି ବୋଲି କହନ୍ତି ସମସ୍ତେ।

ସ୍ବର୍ଗତ ଶ୍ରୀ ନାଏକ ୨୦୦୦ଫେବୃଆରୀ ୨୯ତାରିଖରେ ଖୁଣ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦ୍ବାଦଶ ବିଧାନସଭା ସଦସ୍ୟ ଭାବେ ପ୍ରତିନିଧିତ୍ବ କରିଥିଲେ । ବିଜେପିରୁ ସେ ରାଜନୈତିକ ଜୀବନ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ସେ ବିଜେଡିରେ ଯୋଗ ଦେଇଥିଲେ ।  ୨୦୦୦-୨୦୦୪ ଓ ୨୦୦୪-୨୦୦୯ ବିଜେପିରୁ ଦୁଇ ଥର ନିର୍ବାଚିତ ହୋଇ ବୟନ ଶିଳ୍ପ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ମନ୍ତ୍ରୀ ରହିଥିଲେ । ପରବର୍ତୀ ସମୟରେ ଉଦଳା ନିର୍ବାଚନ ମଣ୍ଡଳୀରୁ ବିଜେଡିରୁ ୨୦୦୧୪-୨୦୧୯ ପର୍ଯ୍ୟନ୍ତ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ମଧ୍ୟ ସେ ଦାୟିତ୍ୱ ସମ୍ଭାଳି ଥିଲେ । ପରବର୍ତ୍ତୀ ସମୟରେ ଶରୀର ଅସୁସ୍ଥ ପାଇଁ ପ୍ରତ୍ୟକ୍ଷ ରାଜନୀତିରୁ ଓହରି ଯାଇଥିଲେ । ତାଙ୍କର ଶିକ୍ଷୟିତ୍ରୀ ପତ୍ନୀ ସୁବାସିନୀଙ୍କୁ ରାଜନୀତି କୁ ଆଣି ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବଡସାହି ନିର୍ବାଚନ ମଣ୍ଡଳୀର ୨୩ନଂ ଜିଲାପରିଷଦ ଜୋନରୁ ବିଜୟୀ କରାଇଥିଲେ।

Leave a Reply

Your email address will not be published.