Saturday , June 10 2023
Breaking News
Home / ବିଶେଷ / ନିଶ୍ଚିନ୍ତକୋଇଲି ପୋଲିସ କୁ ବଡ଼ ସଫଳତା : ଡକାୟତଦଳ ଗିରଫ

ନିଶ୍ଚିନ୍ତକୋଇଲି ପୋଲିସ କୁ ବଡ଼ ସଫଳତା : ଡକାୟତଦଳ ଗିରଫ

ନିଶ୍ଚିନ୍ତକୋଇଲି,୨୩/୧୧/୨୦୨୨ (ଓଡିଶା ସମାଚାର /ଅଭୟ ଜେନା )- ନିଶ୍ଚିନ୍ତକୋଇଲି ର ଏକ ସୁନା ଅଳଙ୍କାର ଦୋକାନ ରୁ ଲୁଟ କରିବା ନିମନ୍ତେ ଯୋଜନା କରୁଥିବା ଏକ ଡକାୟତ ଦଳ କୁ ନିଶ୍ଚିନ୍ତକୋଇଲି ପୋଲିସ ଧରିବାରେ ସକ୍ଷମ ହୋଇଛି । ପୋଲିସ ସୂଚନା ଅନୁଯାଇ, ମଙ୍ଗଳବାର ସନ୍ଧ୍ୟାରେ ପିପି କଲେଜ ପଛରେ ଏକ ଡକାୟତ ଦଳ ଡକାୟତି ଯୋଜନା କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଟିମ ସେଠାରେ ଚଢ଼ାଉ କରି ୮ଜଣ ଙ୍କୁ ଧରିବାରେ ସଫଳ ହୋଇଥିଲେ । ସେମାନଙ୍କ ନିକଟରୁ ୪ଟି ବୋମା, ଏକ ଖେଳନା ପିସ୍ତଲ, ଖଣ୍ଡା, ଭୁଜାଲି, କଟୁରୀ ଆଦି ମାରାଣାସ୍ତ୍ର ଜବତ କରାଯାଇଛି । ସମ୍ପୃକ୍ତ ଡକାୟତ ଗ୍ୟାଙ୍ଗ ର ଦୁଇ ଜଣ ଫେରାର ଥିବା ଅତିରିକ୍ତ ଏସ ପି ସୂଚନା ଦେଇଛନ୍ତି । ଡକାୟତ ଦଳ କୁ ଗିରଫ କାରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଆଜି ଅତିରିକ୍ତ ଏସ ପି, ଏସ ଡି ପି ଓ, ଥାନା ଅଧିକାରୀ ପ୍ରମୁଖ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.