ଭୁବନେଶ୍ୱର, ୨୩/୧୧/୨୦୨୨(ଓଡ଼ିଶା ସମାଚାର)- ବିଶିଷ୍ଟ ସର୍ବୋଦୟ ନେତା, ମୌଳିକ ଶିକ୍ଷାର ପ୍ରବର୍ତକ, ନିଶା ନିବାରଣ ଆନ୍ଦୋଳନର କର୍ଣ୍ଣଧାର, ଓଡ଼ିଆ ଭାଷା ସୁରକ୍ଷା ଓ ଚାଷୀମାନଙ୍କ ଅଧିକାର ପାଇଁ ଲଢେଇ କରୁଥିବା ନୀତିନିଷ୍ଠ ରାଜନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୧୨୧ତମ ଜୟନ୍ତୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଓଡ଼ିଶା ବିଧାନସଭା ସମ୍ମୁଖସ୍ଥ ତାଙ୍କ ପ୍ରତିମୂର୍ତିସ୍ଥଳୀରେ ଆଜି ପ୍ରତୁ୍ୟଷରେ ଅନୁଷ୍ଠିତ ହୋଇ ମାଲ୍ୟାର୍ପଣ ସହ ଦୀପଦାନ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏଥିରେ ଯୋଗଦେଇ ବକ୍ତାମାନେ ନବକୃଷ୍ଣ ଚୌଧୁରୀ ଏକ ପ୍ରତିଷ୍ଠିତ ଜମିଦାର ପରିବାରରେ ଜନ୍ମ ନେଇ ସ୍ୱାଧୀନତା ସଂଗ୍ରାମରେ ସପରିବାର ସାମିଲ୍ ହୋଇ ବହୁବାର କାରାବରଣ କରିଥିଲେ । ତାଙ୍କ ବଡ଼ଭାଇ ଗୋପବନ୍ଧୁ ଚୌଧୁରୀ, ବଡ଼ ଭାଉଜ ମା’ ରମାଦେବୀ, ପତ୍ନୀ, ପତ୍ନୀ ମାଳତୀ ଚୌଧୁରୀ ଓ ଝିଆରୀ ଅନ୍ନପୂର୍ଣ୍ଣା ମହାରଣା ମଧ୍ୟ ସ୍ୱାଧୀନତା ସଂଗ୍ରାମରେ ସାମିଲ୍ ହୋଇ କାରାବରଣ କରିଥିଲେ । ଗଡ଼ଜାତ ପ୍ରଜାମଣ୍ଡଳ ଆନ୍ଦୋଳନ ସହ ସମସ୍ତ ଓଡ଼ିଆ ଭାଷା ଭାଷୀ ଅଂଚଳର ଏକତି୍ରକରଣ ପାଇଁ ସେ ଆଜୀବନ ସଂଘର୍ଷ କରିଥିଲେ । ରାଜସ୍ୱ ମନ୍ତ୍ରୀ ଭାବେ ଭାଗଚାଷୀ ଆଇନ୍ ପ୍ରଣୟନ ଓ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟରେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସମ୍ପାଦନ ସମ୍ପୂର୍ଣ୍ଣ ନିଶାନିବାରଣ ପାଇଁ ଆଇନ୍ ପ୍ରଣୟନ କରିଥିଲେ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଚାଲିଚାଲି ସରକାରୀ ବାସଗୃହକୁ ଯାଇ ବସ୍ ଯୋଗେ ଅନୁଗୋଳ ଯାଇ ବାଜି ରାଉତ ଛାତ୍ରାବାସରେ ଅବସ୍ଥାନ କରି ଗୋପାଳନ, କୃଷି କାର୍ଯ୍ୟ ସମ୍ପାଦନ ସହ ବଜାରରେ କ୍ଷୀର ବିକ୍ରୟ ମଧ୍ୟ କରୁଥିଲେ ଯାହା ଆଜିର ଯୁବପିଢୀ ପାଇଁ ଆଶ୍ଚର୍ଯ୍ୟଜନକ ହେବ ବୋଲି ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳାସିଂହ, ଶିକ୍ଷାବିତ୍ ନିରଞ୍ଜନ ପଣ୍ଡା, ସୁମିତ୍ରା ଜେନା, ଗିରିଜା ଶଙ୍କର ମହାପାତ୍ର, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଅଧ୍ୟକ୍ଷ ପ୍ରଦୁ୍ୟମ୍ନ ଶତପଥୀ, ନାରାୟଣ ଓଝା, ତନ୍ମୟ ସାମନ୍ତରାୟ, ଉଇ ଫର ଭୁବନେଶ୍ୱର ସଭ୍ୟବୃନ୍ଦ, ମୁକୁନ୍ଦ ଶତପଥୀ, ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରିଶେଷରେ ଉଇ ଫର ଭୁବନେଶ୍ୱର ସଭ୍ୟବୃନ୍ଦ, ମୁକୁନ୍ଦ ଶତପଥୀ, ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରିଶେଷରେ ଉଇ ଫର ଭୁବନେଶ୍ୱର ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୫ଜଣଙ୍କୁ ନବକୃଷ୍ଣ ଚୌଧୁରୀ ସ୍ମୃତିସମ୍ମାନରେ ସମ୍ମାନିତ କରାଯାଇଥିଲା ।