Wednesday , May 31 2023
Home / ବିଶେଷ / ଜୁନାଗଡ଼ ରେ ବ୍ଲକ୍ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଜୁନାଗଡ଼ ରେ ବ୍ଲକ୍ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଜୁନାଗଡ଼,୨୩/୧୧/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ)-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ ଠାରେ ବ୍ଲକ୍ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ଜୁନାଗଡ଼ ବ୍ଲକ୍ ଅଧ୍ୟକ୍ଷା ସବିତା ମେହେର ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧୀରା ମେହେର, ଡି ଏସ ଏସ ଓ ମଦନ ଜିତ୍ ହୋତା ,ବ୍ଲକ୍ ଉପାଧକ୍ଷ ପ୍ରମୋଦ କୁମାର ବେହେରା, ବିଡ଼ିଓ ତୁଲାରାମ୍ ମାରାଣ୍ଡି, ଜିପିଇଓ ରାଜେନ୍ଦ୍ର ପ୍ରସାଦ ଭୋଇ, ବି ଏସ ଏସ ଓ ତୁଷାର ରଞ୍ଜନ ସାହୁ, ଜିଲ୍ଲାପରିଷଦ ସଭ୍ୟ ଲାଲ ବାହାଦୁର ଜାନୀ ,ଜିଲ୍ଲାପରିଷଦ ସଭ୍ୟା ସଂଗୀତା ଖର୍ସେଲ, ଯୋଗାଣ ଅଧିକାରୀ ଦେବ ଧର ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଶିବିରରେ ବ୍ଲକର ବିଭିନ୍ନ ଅଂଚଳରୁ ଶତାଧିକ ଭିନ୍ନକ୍ଷମ ବ୍ୟକ୍ତି ତଥା ଜନସାଧରଣ ଯୋଗଦେଇ ଥିବାବେଳେ ୧୨ଟା ସୁଦ୍ଧା ଶୈଳ ବିଭାଗରେ ୭୦, ବାସଗୃହ ପାଇଁ ୬୫, ଚକ୍ଷୁ ବିଭାଗରେ ୩୦, ବାଣିଶ୍ରି ଛାତ୍ର ଛାତ୍ରୀ ବୃତ୍ତି ପାଇଁ ୧୫, ବସ ଓ ଟ୍ରେନ ପାସ ଲାଗି ୩୮, ଶ୍ରାବଣ ବିଭାଗରେ ୩୮, ମାନସିକ ରୋଗ ବିଭାଗରେ ୪୦ ଜଣ ଭିନ୍ନକ୍ଷମ ବ୍ୟକ୍ତି ନାମ ପଞ୍ଜିକରଣ କରିଥଲେ । ବିଭିନ୍ନ ବିଭାଗ ର ରୋଗ ନିରୂପଣ ପାଇଁ ଡ୍. ପୁଷ୍ପାରଣି ହେମ୍ରମ, ଡା ନିବେଦିତା ସାହୁ ସମେତ ୪ଜଣ ଡାକ୍ତର ଉପସ୍ଥିତ ଥିଲେ । ଏଥିରେ ପୂର୍ବରୁ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇ ଭତ୍ତା ପାଉଥିବା ବ୍ୟକ୍ତି ମାନେ ମଧ୍ୟ ୟୁ ଆଇ ଡି ରେ ନାମ ପଞ୍ଜି କରଣ କରି ପ୍ରମାଣ ପତ୍ର ପାଇବାକୁ ଆବେଦନ କରିଥିଲେ । ଏହି ଶିବିର ପରିଚାଳନାରେ ବ୍ଲକ୍ କର୍ମଚାରୀ ସନ୍ଧ୍ୟା ରାଣୀ ଗଡ଼ତୀକା, ସରିତା ବିଶି ଏବଂ ବିଭିନ୍ନ ଅନୁଷ୍ଠାନ ର କାର୍ୟ କର୍ତ୍ତା ପ୍ରମୁଖ ଏଥିରେ ସାମିଲ ଥିଲେ । ଶିବିରରେ ଅଂଶ ଗ୍ରହଣ କରିଥିବା ଭିନ୍ନକ୍ଷମଙ୍କ ପାଇଁ ଭୋଜନର ବ୍ୟବସ୍ଥା କରାଯାଇଥିଲା । ଉକ୍ତ ଶିବିର ରେ ବିଭିନ୍ନ ଗ୍ରାମ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।

Leave a Reply

Your email address will not be published.