ସାଲେପୁର,୨୨/୧୧/୨୦୨୨(ଓଡିଶା ସମାଚାର/ ଅଭୟ ଜେନା)- ରାଜ୍ୟ ସରକାର ଓ ଓଡିଶା ଅଙ୍ଗନବାଡି ସଂଘ ର ଆଲୋଚନା ବିଫଳ ହେବା ପରେ ଏବେ ଅଲ ଓଡିଶା ଅଙ୍ଗନବାଡ଼ି ଲେଡିଜ ୱାରକର୍ସ ଆସୋସିଏସନ ପକ୍ଷରୁ ପ୍ରତ୍ୟକ ବ୍ଲକ ରେ ଧାରଣା ଦେଇଛନ୍ତି ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ।ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ସାଲେପୁର ବ୍ଲକ ର ସିଡିପିଓ ଅଫିସ ଆଗରେ ଧାରଣା ଦେଇଥିଲେ ଅଙ୍ଗନବାଡି କର୍ମୀ ଓ ସହାୟିକା ମାନେ ।
ତେବେ ରାଜ୍ୟ ସରକାରଙ୍କ ନିକଟରେ ସେମାନେ ୭ଦଫା ଦାବି ଉପସ୍ଥାପନା କରିଥିଲେ ହେଁ, ସରକାର ସେମାନଙ୍କ ଦାବି ଉପରେ କୌଣସି ଗୁରୁତ୍ୱ ଦେଉନଥିବା ସେମାନେ ଅଭିଯୋଗ କରିବା ସହିତ କାର୍ୟ୍ୟବନ୍ଦ କରିଛନ୍ତି । ଆଗକୁ ଏଭଳି ସେମାନେ ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି ।