Monday , June 5 2023
Breaking News
Home / ବିଶେଷ / ବାଲିଯାତ୍ରା କେଁ ଥମିବାର ନାଁ ଧରୁନି,ଦାଦା ଵଟିକୁ ନାଁ କହୁଥିବା ପୋଲିସର ହଁ, ଆଇଆଇସିଙ୍କୁ ସ୍ଥାନାନ୍ତର

ବାଲିଯାତ୍ରା କେଁ ଥମିବାର ନାଁ ଧରୁନି,ଦାଦା ଵଟିକୁ ନାଁ କହୁଥିବା ପୋଲିସର ହଁ, ଆଇଆଇସିଙ୍କୁ ସ୍ଥାନାନ୍ତର

କଟକ ସଦର, ୨୨/୧୧/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା)- ଚଳିତ ଐତିହାସିକ ବାଲିଯାତ୍ରା ଅନିୟମିତତା ମଧ୍ୟରେ ହୋଇଥିବା ଏବଂ ଏହାର ସ୍ୱଛତା ଉପରେ ପ୍ରଶ୍ନବାଚୀ ଠିଆ କରିଥିଵା ଵେଳେ ଅନ୍ୟପଟେ ନିଆଳିକୁ ମେଣ୍ଢା କ୍ଷେତ୍ର ଭାଵେ ଦର୍ଶାଯାଇଥିଵାରୁ ଅସନ୍ତୋଷ ଦାନା ବାନ୍ଧୁଛି। ସେଥିରେ ଦାଦା ଵଟିକୁ ନାଁ କହୁଥିଵା ପୋଲିସ୍ ବାଲିଯାତ୍ରା ପାର୍କିଂରୁ ଲକ୍ଷ ଲକ୍ଷ ଟଙ୍କା ଵଟି ଆଦାୟ କରିଥିବା ଅଭିଯୋଗ ହୋଇଛି। ଯାହାକି ଦିନକୁ ଦିନ ବାଲିଯାତ୍ରା କେଁ ର ଅଭିଯୋଗ ଫର୍ଦ୍ଦ ଲମ୍ବା ହେଵାରେ ଲାଗିଛି। ପ୍ରକାଶ ଯେ କମିଶନରେଟ କଟକ କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ବାଲିଯାତ୍ରାରେ ଟେଣ୍ଡର ନେଇ ପାର୍କିଂ ( ଗାଡି ଷ୍ଟାଣ୍ଡ) କରିଥିଵା ବ୍ୟକ୍ତି ମାନଙ୍କୁ ବିଭିନ୍ନ ଆଳରେ ଧମକ ଚମକ ଦେଇ ଲକ୍ଷ ଲକ୍ଷ ଟଙ୍କା ଵଟି ଆଦାୟ କରିଥିବା ଅଭିଯୋଗ ହେଉଛି। ଏପରିକି ନିର୍ଦ୍ଦିଷ୍ଟ ଏକ ପାର୍କିଂ ମାଲିକଙ୍କୁ ଵକେୟା ଵଟି ଆଦାୟ ପାଇଁ ଥାନାକୁ ଡ଼ାକି ଜୋର ଜବରଦସ୍ତ କରିବା ସହିତ ଆଶାଳୀନ ଭାଷାରେ ଗାଳିଗୁଲଜ ଓ ଧମକ ଚମକ ଦେଇଥିବା ଭିଡିଓ ଭାଇରାଲ ହୋଇଥିଲା। ଏହି ଖଵର ଜଣାପଡିଵା ପରେ ତଦନ୍ତର ସ୍ୱଚ୍ଛତା ଦୃଷ୍ଟିରୁ ଆଇଆଇସି ଶ୍ରୀ ମିଶ୍ରଙ୍କୁ ଥାନାରୁ ଵଦଳୀ କରାଯାଇ ସଦର ମହକୁମାର ମୂଖ୍ୟାଳୟରେ ଅବସ୍ଥାପିତ କରାଯାଇଥିବା ଜଣାପଡ଼ିଛି। ତେଵେ ଷ୍ଟାଣ୍ଡରେ ଏକ ଗାଡ଼ି ଚୋରି ହୋଇଥିବା ଅଭିଯୋଗ ଉପରେ ରଫାଦଫା ପାଇଁ ଗାଡି ମାଲିକଙ୍କୁ ୫୦ ହଜାର ଟଙ୍କା ଦେବାକୁ ଷ୍ଟାଣ୍ଡ ମାଲିକଙ୍କ ଠାରୁ ଟଙ୍କା ଆଦାୟ କରାଯାଇଥିବା ପୋଲିସ କହୁଛି। କିଏ ସତ କିଏ ମିଛ କହୁଛି ତାହା ତଦନ୍ତ ସାପେକ୍ଷ ହୋଇଥିଲା ବେଳେ ତଦନ୍ତ ବାଟବଣା ହେବା ସମ୍ଭାବନା ଲୋକଙ୍କ ମନରେ ଉଙ୍କି ମାରୁଛି ।

Leave a Reply

Your email address will not be published.