Wednesday , May 31 2023
Home / ବିଶେଷ / ‘ବଳରାମ ଦାସ କୃତ ଲକ୍ଷ୍ମୀପୁରାଣ ଏକ କାଳଜୟୀ ସୃଷ୍ଟି

‘ବଳରାମ ଦାସ କୃତ ଲକ୍ଷ୍ମୀପୁରାଣ ଏକ କାଳଜୟୀ ସୃଷ୍ଟି

ଭୁବନେଶ୍ୱର,୨୨/୧୧/୨୦୨୨(ଓଡ଼ିଶା ସମାଚାର)- ଓଡ଼ିଶା ଲେଖକ ସମବାୟ ସମିତି ଆନୁକୂଲ୍ୟରେ ‘ସମୟ ସ୍ରୋତରେ ଲକ୍ଷ୍ମୀପୁରାଣ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟବକ୍ତା ଗବେଷକ ଅସିତ ମହାନ୍ତି କହିଥିଲେ, ସାରଳା ଦାସଙ୍କ ଉତ୍ତର-ସୂରୀ, ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ଏକ ଲୋକପ୍ରିୟ ପୁରାଣ। ସମୟ ସ୍ରୋତରେ ୨୬ଟି ଲକ୍ଷ୍ମୀପୁରାଣ ପୋଥି ଉପଲବ୍ଧ ହୋଇଥିଲେ ମଧ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ୨୦୧୮ରେ ବଳରାମ ଦାସ କୃତ ଲକ୍ଷ୍ମୀପୁରାଣ ଏକ କାଳଜୟୀ ସୃଷ୍ଟି।

ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ରାଜେନ୍ଦ୍ର ମହାନ୍ତି  ସମ୍ମାନିତ ଅତିଥି, ସୋଆର କୁଳପତି ଡା.ଅଶୋକ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ସଭାପତି ସାତକଡ଼ି ହୋତା ଯୋଗଦେଇ କହିଥିଲେ ଯେ, ଶ୍ରୀକ୍ଷେତ୍ରରେ ଜାତି, ଧର୍ମ ନିର୍ବିଶେଷରେ ଅବଢ଼ା ଖାଇବାର ପରମ୍ପରା ରହିଛି। ତାହା ଲକ୍ଷ୍ମୀପୁରାଣର ଯୁଗାନ୍ତକାରୀ ବାଣୀରେ ସମ୍ଭବ ହୋଇପାରିଛି। ସମିତିର କାର୍ଯ୍ୟକାରୀ ସଭାପତି ପୀତବାସ ରାଉତରାୟ ସ୍ୱାଗତ ଭାଷଣ ଦେଇଥିଲେ। ‘ଗୋଧୂଳି’ସମ୍ପାଦିକା ବିମଳା ସିଂହ, ସାହିତ୍ୟିକା ବାସନ୍ତୀ ମହାନ୍ତି, ମିନତି ଷଡ଼ଙ୍ଗୀ, ପ୍ରଦୀପ୍ତ ବିଶ୍ୱାଳ, ରାମ ନାରାୟଣ ମିଶ୍ର ଭାଗ ନେଇଥିଲେ। ଅମିତାପ୍ରଭା ସ୍ୱାଇଁ ଭଜନ ପରିବେଷଣ କରିଥିବା ବେଳେ ରମାକାନ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published.