Friday , December 9 2022
Breaking News
Home / ସ୍ୱାସ୍ଥ୍ୟ / ପୂର୍ବାଞ୍ଚଳ ଦନ୍ତ ଚିକିତ୍ସକ ସମ୍ମିଳନୀ ଉଦଯାପିତ

ପୂର୍ବାଞ୍ଚଳ ଦନ୍ତ ଚିକିତ୍ସକ ସମ୍ମିଳନୀ ଉଦଯାପିତ

ମୁଖ ଗହ୍ବର ରୋଗର ଅତ୍ୟାଧୁନିକ ଚିକିତ୍ସା ଉପରେ ଗୁରୁତ୍ବ

ଭୁବନେଶ୍ୱର,୨୨/୧୧/୨୦୨୨(ଓଡ଼ିଶା ସମାଚାର)- ମୁଖଗହ୍ବରଜନିତ ବ୍ୟାଧିର ପରୀକ୍ଷା ଓ ଚିକିତ୍ସା ପାଇଁ ଅତ୍ୟାଧୁନିକ ପଦ୍ଧତି ପ୍ରୟୋଗ କରାଯିବାର ଆବଶ୍ୟକତା ରିହଛି। ପୂର୍ବାଞ୍ଚଳ ଦନ୍ତ ଚିକିତ୍ସକ ସମ୍ମିଳନୀର ଅତିଥିମାନେ ଏହା କହିଛନ୍ତି।

ଭାରତୀୟ ଦନ୍ତ ଚିକିତ୍ସକ ସଂଘର ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ୪ ଦିନିଆ ସମ୍ମିଳନୀରେ ଯୋଗଦେଇ ବିଶେଷଜ୍ଞ ଓ ଡାକ୍ତର ଦନ୍ତରୋଗର କାରଣ, ଲକ୍ଷଣ ଓ ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରତ୍ୟେକ ବ୍ୟକ୍ତିର ହସ ବେଶ୍ ମୂଲ୍ୟବାନ, ତେଣୁ ଏହାକୁ ଅକ୍ଷୁଣ୍ଣ  ରଖିବା ନିମନ୍ତେ ଦାନ୍ତର ଉପଯୁକ୍ତ ଯତ୍ନ ନେବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ।  ସମ୍ମିଳନୀର ବିଭିନ୍ନ ଦିବସରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପ୍ରୀତିରଞ୍ଜନ ଘଡ଼େଇ, ଅଶ୍ବିନୀ ପାତ୍ର, ବିଧାୟକ ଇଂ ମହମ୍ମଦ ମୋକିମ, ବ୍ୟୋମକେଶ ରାୟ, ଅନନ୍ତ ନାରାୟଣ ଜେନା, ପରିବେଶ ବିଜ୍ଞାନୀ ଡ. ଆଶୁତୋଷ ଦେବତା ଉଦବୋଧନ ଦେଇଥିଲେ। ବୈଷୟିକ ଅଧିବେଶନରେ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନିରଞ୍ଜନ ମିଶ୍ର, ହାଇଟେକ ପ୍ରତିଷ୍ଠାନର ଭୂପେଶ ପାଣିଗ୍ର।ହୀ, ସଂଗଠନ କମିଟିର ଅଧ୍ୟକ୍ଷ ଡା. ସୁବାସ ନାୟକ, ସଂଗଠନ ସମ୍ପାଦକ ଅଭିତୋଷ ଦେବତା ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଅସରରେ ରାଜ୍ୟର କେତେକ ପ୍ରବୀଣ ଦନ୍ତ ଚିକିତ୍ସକଙ୍କୁ  ସମ୍ବର୍ଦ୍ଧିତ କରାଯାଇଥିଲା । ଉଦଯାପନ ଦିବସରେ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହେବା ସହ କର୍ମକର୍ତ୍ତା ନିର୍ବାର୍ବାଚନ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published.