ଭୁବନେଶ୍ୱର,୨୨/୧୧/୨୦୨୨(ଓଡ଼ିଶା ସମାଚାର)- ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଗୋଠପାଟଣା ପାଇକରାପୁର ପାହାଡ଼ ପାଖରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ମୃତ ଯୁବକ ହେଉଛନ୍ତି ପାଇକରାପୁର ହାଇସ୍କୁଲରେ ପିଅନ ଭାବେ କାର୍ୟ୍ୟ କରୁଥିବା ବଂଶୀଧର ବେହେରା ବୋଲି ସୂଚନା । ତାଙ୍କର ଘର ରେତଙ୍ଗ ପଞ୍ଚାୟତର ବ୍ରହ୍ମକୁଣ୍ଡଳ ଗାଁରେ । ପାଇକରାପୁର ପାହାଡ଼ ତଳେ ବଂଶୀଧରଙ୍କ ମୃତଦେହ ପଡିଥିବା ସ୍ଥାନୀୟଲୋକେ ଦେଖି ଚନ୍ଦକା ଥାନାକୁ ଖବର ଦେଇଥିଲେ । ଚନ୍ଦକା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି ।
ବଂଶୀଧରଙ୍କ ମୁହଁକୁ ପଛରରେ ଛେଚାଯାଇଛି । ପଥରରେ ଛେଚି ବଂଶୀଧରଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ତେବେ କିଏ ଓ କାହିଁକି ଏଭଳି ବିଭତ୍ସ ହତ୍ୟାକାଣ୍ଡ ଭିଆଇଛନ୍ତି, ତାହା ବର୍ତମାନ ଜଣାପଡ଼ିନାହିଁ । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ହତ୍ୟାର ପ୍ରକୃତ ତଥ୍ୟ ଜଣାପଡିବ ବୋଲି ଆଶା କରାଯାଉଛି ।