Sunday , January 29 2023
Breaking News
Home / ବିଶେଷ / ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଯୁବ ମ୍ୟାନେଜରଙ୍କ ଅକାଳ ବିୟୋଗ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଯୁବ ମ୍ୟାନେଜରଙ୍କ ଅକାଳ ବିୟୋଗ

କେନ୍ଦ୍ରାପଡ଼ା,୨୨/୧୧/୨୦୨୨(ଓଡ଼ିଶା ସମାଚାର)- ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ରାରକେଲାର ଉଦିତନଗର ଶାଖା ପରିଚାଳକ  ଶାରଦା ପ୍ରସନ୍ନ ବେହେରାଙ୍କର ଗତକାଲି ସୋମବାର ସକାଳେ ତାଙ୍କ କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ବଡବାରଙ୍ଗସ୍ଥିତ ବାସଭବନରେ ହୃଦଘାତରେ ପରଲୋକ ହୋଇଯାଇଛି । ସେ ମାତ୍ର ଦୁଇଦିନ ପୂର୍ବରୁ ଘରକୁ ବୁଲି ଆସିଥିଲେ । ମୃତୁ୍ୟ ବେଳକୁ ତାଙ୍କୁ ମାତ୍ର ୩୪ବର୍ଷ ବୟସ ହୋଇଥିଲା । ତାଙ୍କର ଏକମାତ୍ର ୯ମାସର ଶିଶୁପୁତ୍ର ଅଛନ୍ତି । ସ୍ୱର୍ଗତ ବେହେରାଙ୍କ ପିତା ଫକିରମୋହନ ବେହେରା ଜଣେ ଅବସରପ୍ରାପ୍ତ ଷ୍ଟେଟ୍ ବ୍ୟାଙ୍କ ଅଧିକାରୀ । ତାଙ୍କ ବିୟୋଗରେ କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଂଘ ସାଧାରଣ ସମ୍ପାଦକ ଗଣେଶ୍ୱର ମେକାପ ଗଭୀର ଶୋକ ପ୍ରକାଶ କରି ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି । ତାଙ୍କ ପରିବାରର ଏହି ଦାରୁଣ ବିପତି ସମୟରେ ଭଗବାନଙ୍କ ଆଶ୍ରର୍ବାଦ କାମନା କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ଶ୍ରୀ ମେକାପ ।

Leave a Reply

Your email address will not be published.