Friday , December 9 2022
Breaking News
Home / କ୍ରୀଡ଼ା / ନୂତନ କ୍ରୀଡା ଅଧିକାରୀ (ଡି ଏସ୍ ଓ) ଙ୍କୁ ଜୁନାଗଡ଼ ରେ ସ୍ୱାଗତ୍ ସମ୍ବର୍ଦ୍ଧନା

ନୂତନ କ୍ରୀଡା ଅଧିକାରୀ (ଡି ଏସ୍ ଓ) ଙ୍କୁ ଜୁନାଗଡ଼ ରେ ସ୍ୱାଗତ୍ ସମ୍ବର୍ଦ୍ଧନା

ଜୁନାଗଡ଼,୨୨/୧୧/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ ) – ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢି ଙ୍କୁ ବ୍ୟାଡମିଂଟନ ଆସୋସିଏସନ ଓ ନ୍ୟୁ ରେଡ୍ ଷ୍ଟାର୍ ସ୍ପୋର୍ଟ୍ସ କ୍ଲବ ପକ୍ଷରୁ ସ୍ୱାଗତ୍ କରାଯାଇ ଥିଲା । କାର୍ୟ୍ୟକାରି ସଭାପତି ଶ୍ରୀ ସରୋଜ କୁମାର ପଣ୍ଡା ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଶ୍ରୀ ପାଢି ଙ୍କୁ ସ୍ୱାଗତ୍ କରିବା ପାଇଁ ଉପଦେଷ୍ଟା ତଥା ସାମ୍ବାଦିକ ସଂଘ ସଭାପତି ହିମାଂଶୁ ଶେଖର ବରାଡ ,ସମ୍ପାଦକ ସମୀର କୁମାର ସାହୁ ନ୍ୟୁ ରେଡ୍ ଷ୍ଟାର୍ ସମ୍ପାଦକ ଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ.ଉପସଭାପତି ମାନସ ରଞ୍ଜନ ସାହୁ ,ତାଇକୋଣ୍ଡା ଜିଲ୍ଲା ସଭାପତି ସନ୍ଦୀପ କୁମାର ସାହୁ, ଦିଲୀପ ପଣ୍ଡା,କୋଷାଧ୍ୟକ୍ଷ ରାକେଶ ବେମାଲ , ଡିଲିଙ୍ଗ ଆସିଷ୍ଟାଂଟ ଯୋଗେନ୍ଦ୍ର ଛତ୍ରିୟା ମଞ୍ଚାସିନ ଥିଲେ । ବିଗତ ଦିନର କ୍ରୀଡା କ୍ଷେତ୍ରରେ ଜୁନାଗଡ଼ ର ଅବଦାନ ଉପରେ ବକ୍ତାମାନେ ନୂତନ କ୍ରୀଡାଅଧିକାରୀ ଙ୍କୁ ଅବଗତ କରାଇବା ସହ ଆଗାମୀ ଦିନରେ ସବୁ କ୍ରୀଡା ର ଉନ୍ନତି ଜୁନାଗଡ଼ ରେ ହେବା ପାଇଁ ଅନୁରୋଧ ଜଣାଇଥିଲେ । କ୍ରୀଡା ଅଧିକାରୀ ମଧ୍ୟ କ୍ରୀଡା କ୍ଷେତ୍ରରେ ଜୁନାଗଡ଼ କିପରି ଆଗକୁ ଯିବ ତା ଉପରେ ସମସ୍ତେ ମିଶି କାର୍ୟ୍ୟ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଶେଷରେ ଉପସଭାପତି ନୀତିଶ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ କାଉନସିଲର ଚକ୍ର ଧର ବାଗ, ଶ୍ରୀ ତାପସ ସାହୁ, ତୁଳସୀ ପଟନାୟିକ, ବିବେକ ନାଏକ, ସୁମନ ପାଣିଗ୍ରାହୀ, ପ୍ରିୟବ୍ରତ ସାହୁ,ଦେବଦତ୍ତ ପଣ୍ଡା ଜଳି ପରା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.