Wednesday , May 31 2023
Home / ବିଶେଷ / ଜଣାଶୁଣା ସମାଜସେବୀ ଅଧର ଖଟେଇଙ୍କ ପରଲୋକ, ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା

ଜଣାଶୁଣା ସମାଜସେବୀ ଅଧର ଖଟେଇଙ୍କ ପରଲୋକ, ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା

କଟକ ସଦର, ୨୨/୧୧/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା କଟକ ଖ୍ରୀଷ୍ଟ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଭାସ୍କର ଚନ୍ଦ୍ର ଖଟେଇଙ୍କ ସାନ ଭାଇ ଅଧର ଚନ୍ଦ୍ର ଖଟେଇଙ୍କର ଆଜି (ମଙ୍ଗଳବାର) ସଂଧ୍ୟାରେ କଟକ ଶାନ୍ତି ହସ୍ପିଟାଲରେ ଅକାଳ ବିୟୋଗ ଘଟିଛି। ଦୁଇ ଦିନ ହେଲା ଜୀଵନ ଯୁଦ୍ଧରେ ସଂଗ୍ରାମ କରି ଶେଷରେ ହାରି ଯାଇଛନ୍ତି। ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ସହ ସ୍ୱର୍ଗତ ଖଟେଇଙ୍କର ସଂପୃକ୍ତି ଥିବାରୁ ସମଗ୍ର ଅଞ୍ଚଳରେ ତାଙ୍କ ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି।ଏହି ଉପଲକ୍ଷେ ‘ କଟକ ସଦର ବିଚାର ମଞ୍ଚ’ ପରିବାର ପକ୍ଷରୁ ସଭାପତି ବରିଷ୍ଠ ସାମ୍ବାଦିକ ଵିଷ୍ଣୁ ଚରଣ ବେହେରାଙ୍କ ସମେତ ଵହୁ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି।

Leave a Reply

Your email address will not be published.