Thursday , June 8 2023
Breaking News
Home / ବିଶେଷ / କିଶନନଗର ଥାନାର ମୈ।ଳିକ ସମସ୍ୟାର ସମାଧାନ ପାଇଁ ଦାଵି ଜଣାଇଲା ‘ ଉତ୍କଳ ଵିକାଶ ପରିଷଦ ‘

କିଶନନଗର ଥାନାର ମୈ।ଳିକ ସମସ୍ୟାର ସମାଧାନ ପାଇଁ ଦାଵି ଜଣାଇଲା ‘ ଉତ୍କଳ ଵିକାଶ ପରିଷଦ ‘

କଟକ ସଦର, ୨୨/୧୧/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲା ଅଧିନସ୍ଥ ସର୍ଵ ପୁରାତନ କିଶନନଗର ଥାନାର ତିନୋଟି ମୈ।ଳିକ ସମସ୍ୟାର ସମାଧାନ ପାଇଁ ଡିଜିପିଙ୍କ ନିକଟରେ ଦାଵି ଉପସ୍ଥାପନ କଲା ଅଗ୍ରଣୀ ସାମାଜିକ ସଂଗଠନ ‘ ଉତ୍କଳ ଵିକାଶ ପରିଷଦ’।ଦାଵି ଗୁଡିକ ମଧ୍ୟରେ ଥାନାରେ ଅଭାଵ ଥିଵା କର୍ମଚାରୀ ପୁରଣ,ଥାନା ଅଞ୍ଚଳର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ସହିତ ପ୍ରଵେଶ ପଥରେ ସିସିଟିଭି କ୍ୟାମେରା ଲଗାଇବା ଏବଂ ପେଟ୍ରୋଲିଂ ବ୍ୟବସ୍ଥାକୁ ଦୃଢିଭୂତ କରିବା। ନଦୀ ନାଳ ଘେରା ଵ୍ୟାପକ ଅଞ୍ଚଳ ପାଇଁ ଏସଵୁର ଆବଶ୍ୟକତା ଯଥେଷ୍ଟ ଥିବା ବେଳେ ଏହାକୁ ଗୁରୁତ୍ୱ ଦେଇ ଅବିଳମ୍ବେ ଏହାର ସମାଧାନ କରିଵାକୁ ପରିଷଦର ସଭାପତି ଇଂ ପ୍ରକାଶ ଚନ୍ଦ୍ର ସେଠୀ ଓଡିଶା ପୋଲିସ୍ ମହାନିର୍ଦ୍ଦେଶକ ସୁନିଲ ଵଂଶଲ ଙ୍କ ନିକଟରେ ଦାଵି ଜଣାଇଛନ୍ତି  ।

Leave a Reply

Your email address will not be published.