କଟକ,୨୨/୧୧/୨୦୨୨(ଓଡ଼ିଶା ସମାଚାର)- ରାଜ୍ୟରେ ସାଇବର୍ ଠକମାନେ ବେଶ୍ ସକ୍ରିୟ ଅଛନ୍ତି। ଲୋକଙ୍କ ଠାରୁ ଟଙ୍କା ଠକିନେବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଜାଲ ବିଛାଉଛନ୍ତି। ଏଥି ପାଇଁ ସେମାନେ ବଡ଼ ବଡ଼ ଲୋକଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ସାଧାରଣ ଜନତାଙ୍କୁ ଟାର୍ଗେଟ କରିବାକୁ ପଛାଉନାହାନ୍ତି। ସାଇବର ହ୍ୟାକର ଏବେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଙ୍କ ନାମରେ ପୁଣି ଥରେ ଫେକ ଆକାଉଣ୍ଟ ଖୋଲିଛନ୍ତି। ହ୍ବାଟ୍ସଆପ୍ରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ନାମରେ ଫେକ ଆକାଉଣ୍ଟ ଜରିଆରେ ମେସେଜ୍ କରୁଛନ୍ତି। ଫେକ୍ ଆକାଉଣ୍ଟକୁ କେହି ନଗ୍ରହଣ କରିବାକୁ ଜିଲ୍ଲାପାଳ ଅପିଲ କରିଛନ୍ତି। ଏଥିପ୍ରତି ସତର୍କ ରଖିବା ପାଇଁ ସେ ନିବେଦନ କରିଛନ୍ତି। ଏହି ହ୍ବାଟ୍ସଆପ୍ ନମ୍ବର ମାଧ୍ୟମରେ ପଠାଉଥିବା ବାର୍ତ୍ତାକୁ ବିଶ୍ଵାସକୁ ନନେଇ ଉପରୋକ୍ତ ନମ୍ବରକୁ ଅବରୋଧ ବା ବ୍ଲକ୍ କରିବାପାଇଁ କଟକ ଜିଲ୍ଲାପାଳ ଶ୍ରୀ ଚୟନୀ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି।