Sunday , May 28 2023
Breaking News
Home / ବିଶେଷ / ସାଲେପୁର ବିଶ୍ୱେଶ୍ୱର ମନ୍ଦିର ରୁ ପୁରାତନ ନାରାୟଣ ମୂର୍ତ୍ତି ଚୋରି

ସାଲେପୁର ବିଶ୍ୱେଶ୍ୱର ମନ୍ଦିର ରୁ ପୁରାତନ ନାରାୟଣ ମୂର୍ତ୍ତି ଚୋରି

ସାଲେପୁର ୨୧/୧୧/୨୦୨୨ (ଓଡିଶା ସମାଚାର /ଅଭୟ ଜେନା )- ବିଶ୍ଵେଶ୍ଵର ମନ୍ଦିରରୁ ପୁଣି ମୂର୍ତ୍ତି ଚୋରିହୋଇଛି । ଚିତ୍ରୋତ୍ପଳା ନଦୀତଟରେ  ଅବସ୍ଥିତ ପୁରାତନ  ବିଶ୍ଵେଶ୍ଵର  ମନ୍ଦିର ରୁ ରବିବାର ରାତିରେ ମୁଗୁନି ପଥର ର ମୂଲ୍ୟବାନ  ନାରାୟଣ ମୂର୍ତ୍ତି ଚୋରି ହୋଇଥିବା ଜଣାପଡିଛି । ସକାଳୁ ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଜନସାଧାରଣ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଉଲ୍ଲେଖ ନୀୟ ଯେ ପୂର୍ବରୁ ଏହି ମନ୍ଦିର ରୁ ଏକ ଗଣେଶ ମୂର୍ତ୍ତି ଚୋରି ହୋଇଥିଲା । ସେହିପରି କିଛି ମାସ ତଳେ ବଟେଶ୍ୱର ଭଗବତୀ ମନ୍ଦିର ରୁ ମୂଲ୍ୟବାନ ଅଷ୍ଟଧାତୁ ଚୋରି ହୋଇଥିଲା । ସାଲେପୁର ଥାନା ଅଞ୍ଚଳ ରେ ବାରମ୍ବାର  ଚୋରି ଡକାୟତି ବୃଦ୍ଧି ପାଉଥିବା ରୁ ପୋଲିସ ଉପରୁ ଲୋକେ ଆସ୍ଥା ହରାଉଛନ୍ତି ।

Leave a Reply

Your email address will not be published.