Wednesday , May 31 2023
Breaking News
Home / ବିଶେଷ / ସାରଳା ସାହିତ୍ୟ ସଂସଦ ଦିଲ୍ଲୀ ଶାଖା ଉଦଘାଟିତ

ସାରଳା ସାହିତ୍ୟ ସଂସଦ ଦିଲ୍ଲୀ ଶାଖା ଉଦଘାଟିତ

ନୂଆଦିଲ୍ଲୀ/ ଭୁବନେଶ୍ୱର, ୨୧/୧୧/୨୦୨୨(ଓଡ଼ିଶା ସମାଚାର)- ପ୍ରତିଷ୍ଠିତ ଓଡ଼ିଆ ସାହିତ୍ୟ ଅନୁଷ୍ଠାନ ସାରଳା ସାହିତ୍ୟ ସଂସଦର ଦିଲ୍ଳୀ ଶାଖା ଉଦଘାଟିତ ହୋଇଛି। ଓଡ଼ିଶା ସାହିତ୍ୟ ଅକାଦେମୀ ସଭ୍ୟା ତଥା ସାହିତ୍ୟିକା ରୀତାରାଣୀ ନାୟକ ଦିଲ୍ଳୀ ଶାଖାର ଅବାହିକା ଏବଂ ସାହିତ୍ୟିକ ରାମଚନ୍ଦ୍ର ନାଥ ସହ-ଆବାହକ ଭାବେ ମନୋନୀତ ହୋଇଛନ୍ତି । ଏହି ଅବସରରେ ସ୍ଥାନୀୟ ପ୍ରେସ୍ କ୍ଲବ ଅଫ ଇଣ୍ଡିଆ ଠାରେ ସଂସଦର ପ୍ରତିଷ୍ଠାତା ତଥା ସଭାପତି ଇଂ ପ୍ରଭାକର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କବି ଅମରେନ୍ଦ୍ର ଖଟୁଆ ମୁଖ୍ୟଅତିଥି, ଜେଏନୟୁ ପ୍ରଫେସର ଉଦୟନାଥ ସାହୁ ମୁଖ୍ୟବକ୍ତା, ଆଇନଜୀବୀ ତଥା ସାହିତ୍ୟିକ ବିରଜା ମହାପାତ୍ର ଏବଂ ଦି ଇଣ୍ଟଲେକ୍ଟର ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ରାଉତ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ସାରଳା ସାହିତ୍ୟ ଏବଂ ଭବିଷ୍ୟତରେ ଦିଲ୍ଲୀ ଶାଖା ତରଫରୁ ପ୍ରସ୍ତାବିତ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ।

Leave a Reply

Your email address will not be published.