ଭୁବନେଶ୍ୱର,୨୧/୧୧/୨୦୨୨(ଓଡ଼ିଶା ସମାଚାର)- ପ୍ରତିବର୍ଷ ପରି ଚଳିତବର୍ଷ ଲାୟନ୍ସ ଇଂଟରନ୍ୟାସନାଲ ଜିଲ୍ଲା-୩୨୨-ସି୪ ଦ୍ୱାରା ଲାୟନ୍ସ ଆଇଡଲ ୨୦୨୨-୨୩ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଓ ଚୁଡାନ୍ତ ପର୍ଯ୍ୟାୟ ଯଥାକ୍ରମେ ଚଳିତ ମାସ ୧୨ ଓ ୨୦ ତାରିଖରେ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ଭବନଠାରେ ଜିଲ୍ଲା ଚେୟାର ପରସନ ଲାୟନ ସଂଯୁକ୍ତା ପତ୍ରୀଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିଲା । ଏହି ଉଚ୍ଚକୋଟୀର ପ୍ରତିଯୋଗିିତାରେ ଭୁବନେଶ୍ୱରର ବିଭିନ୍ନ ସ୍କୁଲ୍ କଲେଜର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।
ଚୁଡ଼ାନ୍ତ ପର୍ଯ୍ୟାୟକୁ ଜୁନିୟର ଗ୍ରୁପରୁ ୨୫ଜଣ ଓ ସିନିୟର ଗ୍ରୁପରୁ ୧୪ଜଣଙ୍କୁ ମନୋନୀତ କରାଯାଇଥିଲା । ବିଚାରକ ମଣ୍ଡଳୀ ମଧ୍ୟରେ ଓଡ଼ିଶାର ସୁନାମଧନ୍ୟ ଗାୟକ ଶ୍ରୀ ସୌରଭ ନାୟକ, ଶ୍ରୀମତୀ ସଂଙ୍ଗୀତା ମିଶ୍ର (ପମି) ଓ ଶ୍ରୀ ଶୈଳେନ୍ଦ୍ର ପାତ୍ର ବିଜୟୀ ପ୍ରତିଯୋଗୀଙ୍କୁ ମନୋନୀତ କରିଥିଲେ । ଜୁନିୟର ଗ୍ରୁପରେ ‘ଲାୟନ୍ସ ଆଇଡଲ ୨୦୨୨-୨୩’ ପ୍ରଥମ ସ୍ଥାନ ସିକୃତୀ, ଦ୍ୱିତୀୟ ସ୍ଥାନ ବୈଷ୍ଣବୀ ଓ ନିର୍ଜୀସେସ ସାହୁ ତୃତୀୟ ସ୍ଥାନ ଗ୍ରହଣ କରି ଯଥାକ୍ରମେ ଟ. ୫୦୦୦/-, ଟ.୩୦୦୦/- ଓ ଟ. ୨୦୦୦/- ପୁରସ୍କାର ପାଇଥିଲେ । ସେହିପରି ସିନିୟର ଗ୍ରୁପରେ ‘ଲାୟନ୍ସ ଅଇଡଲ ୨୦୨୨-୨୩’ ପ୍ରଥମ ସ୍ଥାନ ଅଙ୍କିତ ଦାସ, ଦ୍ୱିତୀୟ ସ୍ଥାନ ପ୍ରଦୁ୍ୟମ୍ନ, ତୃତୀୟ ସ୍ଥାନ ରଞ୍ଜିତ କାବେ ପାଇବା ସେଙ୍ଗ ସେଙ୍ଗ ଯଥାଥ୍ରମେ ଟ. ୫୦୦୦/-, ଟ.୩୦୦୦/- ଓ ଟ.୨୦୦୦/- ପୁରସ୍କାର ପାଇଥିଲେ ।
ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ସହ ପୁରସ୍କୃତ କରାଯାଇଥିଲା । ଏହି ଆନୁକୂଲ୍ୟରେ ଓଡ଼ିଶାର ସୁନାମଧନ୍ୟ ତଥା ବହୁମୁଖୀ ପ୍ରତିଭା ସମ୍ପନ୍ନ ଗାୟକ ଶ୍ରୀ ସୁବାସ ଚନ୍ଦ୍ର ଦାଶ ଓ ଗାୟିକା ଶ୍ରୀମତୀ ଅନସୂୟା ନାଥଙ୍କୁ ସମ୍ମାନିତ କରାଯାଇଥିଲା । ଲାୟନ୍ସ ଜିଲ୍ଲା ୩୨୨ସି୪ର ଜିଲ୍ଲା ଗଭର୍ଣ୍ଣର ଲାୟନ ସୁରେଶ ଚନ୍ଦ୍ର ନାୟକ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ନିଜ ଅଭିଭାଷଣରେ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସେଙ୍ଗ ସେଙ୍ଗ ଉପସ୍ଥିତ ସମସ୍ତ ଶ୍ରୋତାଗଣଙ୍କୁ ଲାୟନ୍ସ କ୍ଲବର ସମାଜସେବା ବିଷୟରେ ଅବଗତ କରାଇଥିଲେ । ଜିଲ୍ଲାର ବହୁ ପୂର୍ବ ଜିଲ୍ଲା ଗଭର୍ଣ୍ଣର, ଲାୟନ୍ସ ସଭ୍ୟ ଓ ଜନସାଧାରଣ ଉକ୍ତ ମନମୁଗ୍ଧକର କାର୍ଯ୍ୟକ୍ରମକୁ ବେଶ ଉପଭୋଗ କରିଥିଲେ । ଲାୟନ୍ସ ସୁରଭି ଦାସ ଦୁଇଟିଯାକ ପର୍ଯ୍ୟାୟକୁ ଅତି ସୁନ୍ଦର ଭାବେ ପରି•ଳନା କରିଥିଲେ । ଜିଲ୍ଲାର ଅନେକ ଲାୟନ ଲାୟନ୍ସ ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ ।