Friday , December 9 2022
Breaking News
Home / ତାଜା ଖବର / Breaking News : ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ପ୍ଲାଟଫର୍ମ ଉପରେ ଚଢିଗଲା ଟ୍ରେନ୍, ୨ ମୃତ, ଏକାଧିକ ଗୁରୁତର ଆହତ

Breaking News : ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ପ୍ଲାଟଫର୍ମ ଉପରେ ଚଢିଗଲା ଟ୍ରେନ୍, ୨ ମୃତ, ଏକାଧିକ ଗୁରୁତର ଆହତ

ମୃତକଙ୍କ ପରିବାରକୁ ରେଳବାଇ ୫ ଲକ୍ଷ ଓ ରାଜ୍ୟ ସରକାର ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା
ଯାଜପୁର,୨୧/୧୧/୨୦୨୨(ଓଡ଼ିଶା ସମାଚାର)- ପ୍ଲାଟଫର୍ମ ଉପରେ ଚଢିଗଲା ଟ୍ରେନ୍ । ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ଘଟିଛି ଏହି ଅଘଟଣ । ଯାହାଫଳରେ ୨ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକେ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଭଦ୍ରକ ପଟୁ ଯାଜପୁର କେନ୍ଦୁଝର ରୋଡ ଷ୍ଟେସନ ଅଭିମୁଖେ ଆସୁଥିଲା ମାଲବାହୀ ଟ୍ରେନ । ଏହି ସମୟରେ ହଠାତ୍ କୋରେଇ ଷ୍ଟେସନରେ ଟ୍ରେନ୍ର ଇଞ୍ଜିନ୍ ପଟୁ ପ୍ରାୟ ୮ ଟି ବଗି ଖସିପଡିଥିଲା । ପ୍ଲାଟଫର୍ମ ସମେତ ଅପ ଏବଂ ଡାଉନ ଲାଇନ ଉପରେ ବଗି ଛିନ୍ଛତ୍ର ହୋଇପଡିରହିଛି କ୍ଷ ତେବେ ବଗି ତଳେ ଚାପି ହୋଇ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଏହି ଦୁର୍ଘଟଣା ଘଟିବା ଦ୍ୱାରା ଉକ୍ତ ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଯାଜପୁର କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି । ଯାଜପୁର କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ଦୁର୍ଘଟଣା ଖବର ଅତ୍ୟନ୍ତ ଦୁଃଖଦାୟକ। ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି।
ଘଟଣାସ୍ଥଳରେ ଖୋର୍ଦ୍ଧା ଡିଭିଜନ୍ ଡିଆରଏମ୍ ଏବଂ ମୁଖ୍ୟ ସେଫ୍ଟି ଇଞ୍ଜିନିୟର ପହଞ୍ଚିଛନ୍ତି । ଟ୍ରାକ୍ ଉପରୁ ଦୁର୍ଘଟଣାଗ୍ରସ୍ତ ବଗି ହଟାଇବାକୁ ୨ଟି ଟିମ୍ ପହଞ୍ଚିଛି । ଗୋଟିଏ ଲାଇନ୍ କ୍ଲିଅର କରିବାକୁ ୭ଘଣ୍ଟା ସମୟ ଲାଗିବ ।
ଯାଜପୁର ଜିଲ୍ଲାର କୋରେଇରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ପରେ ୮ଟି ଟ୍ରେନକୁ ବାତିଲ କରାଯାଇଛି। ୫ଟି ଏକ୍ସପ୍ରେସ୍ ଓ ୩ଟି ପାସେଞ୍ଜର ଟ୍ରେନ୍ ବାତିଲ ହୋଇଛି । ଏହାଛଡ଼ା ୫ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି। ଏଣେ ୧୨ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଥିବା ନେଇ ପୂର୍ବତଟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ବିଶ୍ୱଜିତ୍ ସାହୁ ସୂଚନା ଦେଇଛନ୍ତି।
ବାତିଲହୋଇଥିବା ଟ୍ରେନଗୁଡ଼ିକ ମଧ୍ୟରେ ହେଲା ହାୱଡା-ଭୁବନେଶ୍ୱର ଜନଶତାବ୍ଦୀ ଏକ୍ସପ୍ରେସ, ହାୱଡା-ପୁରୀ ଶତାବ୍ଦୀ ଏକ୍ସପ୍ରେସ, ଶାଲିମାର-ପୁରୀ ଓ ପୁରୀ –ଶାଲିମାର ଏକ୍ସପ୍ରେସ, ଶାଲିମାର-ହାଇଦ୍ରାବାଦ୍ ଏକ୍ସପ୍ରେସ ବାତିଲ କରାଯାଇଛି। ସେହିପରି କଟକ-ଭଦ୍ରକ-କଟକ ପାସେଞ୍ଜର, ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ, ଭୁବନେଶ୍ୱର-ବାଲେଶ୍ୱର ପାସେଞ୍ଜର ସ୍ପେଶାଲ ଟ୍ରେନ୍ । ଆଂଶିକ ବାତିଲ ହୋଇଥିବା ଟ୍ରେନ ମଧ୍ୟରେ ରହିଛି ଭୁବନେଶ୍ୱର-ହାୱଡ଼ା ଜନଶତାବ୍ଦୀ ଏକ୍ସପ୍ରେସ। ଏହା ଯାଜପୁର ପର୍ୟ୍ୟନ୍ତ ଚାଲିବ ଏବଂ ଯାଜପୁର ଏବଂ ହାୱଡା ମଧ୍ୟରେ ବାତିଲ ରହିବ । ପୁରୀ-ହାୱଡ଼ା ଶତାବ୍ଦୀ ଏକ୍ସପ୍ରେସ ଯାଜପୁର ପର୍ୟ୍ୟନ୍ତ ଚାଲିବ ଏବଂ ଯାଜପୁର ଏବଂ ହାୱଡ଼ା ମଧ୍ୟରେ ବାତିଲ ରହିବ । ବାଲେଶ୍ବର-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ କେନୁଆପଦା ପର୍ୟ୍ୟନ୍ତ ଚାଲିବ ଏବଂ କେନ୍ଦୁଆପଦାରୁ ଭୁବନେଶ୍ୱର ମଧ୍ୟରେ ବାତିଲ ରହିବ। ଠିକ୍ ସେହିପରି ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ ଭଦ୍ରକ ପର୍ୟ୍ୟନ୍ତ ଚାଲିବ ଏବଂ ଭଦ୍ରକ ଏବଂ ଭୁବନେଶ୍ୱର ମଧ୍ୟରେ ବାତିଲ ହୋଇ ରହିବଜ୍ଝ ଖଡ଼ଗପୁର-ଖୋର୍ଦ୍ଧା ଏକ୍ସପ୍ରେସ ଭଦ୍ରକ ପର୍ୟ୍ୟନ୍ତ ଚାଲିବ ଏବଂ ଭଦ୍ରକ ଏବଂ ଭୁବନେଶ୍ୱର ମଧ୍ୟରେ ବାତିଲ ହୋଇ ରହିବ।
କୋରେଇରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସଂପର୍କରେ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ ପୂର୍ବତଟ ରେଳବାଇର ଖୋର୍ଦ୍ଧା ରୋଡ ରେଳ ଡିଭିଜନ୍ ଅଧୀନରେ ଥିବା ଭଦ୍ରକ-କପିଲାସ ରୋଡ ରେଳ ବିଭାଗର କୋରେଇ ଷ୍ଟେସନରେ ସକାଳ ପ୍ରାୟ ୬ଟା ୪୪ ମିନିଟ୍ ସମୟରେ ଏକ ମାଲବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି। ଏଥିରେ କିଛି ଲୋକ ଆହତ ମଧ୍ୟ ହୋଇଛନ୍ତି।ଏହି ଦୁର୍ଘଟଣା ଫଳରେ ଏଠାରେ ଥିବା ଦୁଇଟି ଲାଇନରେ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି। ରେଳ ଷ୍ଟେସନ ବିଲଡିଂ ମଧ୍ୟ ନଷ୍ଟ ହୋଇଯାଇଛି। ଦୁର୍ଘଟଣା ରିଲିଫ୍ ଟ୍ରେନ୍ ଏବଂ ଆକ୍ସିଡେଣ୍ଟ୍ ରିଲିଫ୍ ମେଡିକାଲ୍ ଟିମକୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିଜେ ଖୋର୍ଦ୍ଧା ରୋଡ ରେଳ ଡିଭିଜନ୍ ଆଞ୍ଚଳିକ ଅଧିକାରୀ ଅନ୍ୟ ଶାଖା ଅଧିକାରୀଙ୍କ ସହଦୁର୍ଘଟଣାସ୍ଥଳକୁ ଯାଇଛନ୍ତି।
ରେଳବାଇ ପକ୍ଷରୁ ମୃତକଙ୍କ ପରିବାରଙ୍କୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ଆର୍ଥିକ ସାହାଯ୍ୟ ଘୋଷଣା କରାଯାଇଥିବାବେଳେ ରାଜ୍ୟ ସରକାର ମଧ୍ୟ ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ଆର୍ଥିକ ସହାୟତା ଘୋଷଣା କରାଯାଇଛି । ସାମାନ୍ୟ ଆହତଙ୍କୁ ୨୫ ହଜାର ଓ ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି ।

Leave a Reply

Your email address will not be published.