ନିରାକାରପୁର, ୨୦/୧୧/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଗିଂ ତହସିଲ ଅଂଚଳରେ ବେଆଇନ ଭାବରେ ମାଙ୍କଡା ପଥର ହେଉଛି ଲୁଟ। ମାଫିଆମାନେ ଦିନ ଦ୍ୱିପ୍ରହରେ ଜଂଗଲ ଜମି,ସରକାରୀ ଜମି,ଗୋଚର ଜମି ଓ ଚାଷ ଜମିରେ ମାଙ୍କଡା ପଥର ଖଣି ଖୋଳି ଲୁଟି ଚାଲିଛନ୍ତି। ବେଆଇନ ଭାବରେ ହେଉଛି ଖଣି ଲୁଟ। ମାଫିଆମାନେ ଦିବାଲୋକରେ ଜେସିବି,ଟ୍ରାକ୍ଟର,ଟ୍ରକ,ପଥରକଟା ମେସିନ ଲଗାଇ ଲୁଟିନେଉଛନ୍ତି ମୂଲ୍ୟବାନ ମାଙ୍କଡା ପଥର। ସରକାରଙ୍କ କୋଟିକୋଟି ଟଙ୍କା ର ରାଜସ୍ୱ ଲୁଟ ହେଉଛି । ଟାଗିଂ ତହସିଲ ଅଂଚଳରେ ବେଆଇନ ଭାବରେ ଶହଶହ ମାଙ୍କଡା ପଥର ଖଣି କରି ମାଫିଆ ମାନେ ଲୁଟ ହେଉଥିବା ଦେଖିବାକୁ ମିଳଛି।
ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ। ରାଜସ୍ୱ ବିଭାଗ ସବୁ ଜାଣି ଅଜଣା ଭଳି।ହେଲେ ଖଣି ମାଫିଆଙ୍କ ଉପରେ କୈ।ଣସି ପ୍ରଭାବ ପଡିନି।ମାଫିଆମାନେ ବେଫିକର ଭାବରେ ଖଣିଲୁଟରେ ଲାଗିପଡିଛନ୍ତି।ବେଆଇନ ଖଣିରୁ ପଥର ଚୋରାଚାଲାଣ ହେଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଜଂକିଆ ପୋଲିସ ଆଇଆଇସିଙ୍କ ନେତୃତ୍ୱରେ ଅଚାନକ ସଦଳବଳ ଟାଙ୍କୋଳ ଓ ଓଳସିଂହ ଡମଣଭୂଇଁ
ଅଚଳରେ ଚଢାଉ କରି ୧୩ଟି ମାଙ୍କଡା ପଥର ବୋଝେଇ ଗାଡି,ଦୁଇଟି ପାଓ୍ବ।ର ଟିଲର,ଗୋଟିଏ ବାଇକ ସମେତ ଦୁଇ ଜଣ ଡ୍ରାଇଭରଙ୍କୁ ଗିରଫ କରିଛି।ସମସ୍ତ ଗାଡି ଓ ମାଲିକ ମାନଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଦୁଇ ଜଣ ଡ୍ରାଇଭର କୁ କୋର୍ଟ ଚାଲାଣ କରିଛି ପୋଲିସ।ଆଗକୁ ଚଢ଼ାଉ ଜୋରଦାର କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।ଅଚାନକ ଖଣିରେ ପୋଲିସର ଚଢାଉ ଦେଖି ଖଣି ମାଫିଆଙ୍କ ମନରେ ପଶିଛି ଛନକା।