Friday , December 9 2022
Breaking News
Home / ରାଜନୀତି / ନିରାକାରପୁର ଠାରେ ଭୁବନେଶ୍ୱର ସାଂସଦଙ୍କ ପଦଯାତ୍ରା

ନିରାକାରପୁର ଠାରେ ଭୁବନେଶ୍ୱର ସାଂସଦଙ୍କ ପଦଯାତ୍ରା

ଖୋର୍ଦ୍ଧା, ୨୧/୧୧/୨୦୨୨ (ଓଡିଶା ସମାଚାର/ଦୀପକ ପ୍ରଧାନ):ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଠାରେ ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଏକ ସାଂଗଠନିକ ପଦଯାତ୍ରା ହୋଇଯାଇଅଛି। ନିରାକାରପୁର ଗଣେଶ ପଡିଆରୁ ପ୍ରଭୁ ନିଳକଂଠେଶ୍ବର ମହାଦେବଙ୍କୁ ଦର୍ଶନ କରି ଏକ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ରାମମନ୍ଦିର ପର୍ଯ୍ୟନ୍ତ ଆସିଥିଲା। ପରେ ପ୍ରଭୁ ହନୁମାନ ଓ ପ୍ରଭୁ ରାମଙ୍କୁ ଦର୍ଶନ କରି ମନ୍ଦିର ପରିସରରେ ଥିବା ଲାଇବ୍ରେରୀ କକ୍ଷରେ ଏକ ସୁପର ୨୫ ବୈଠକ ହୋଇଥିଲା। ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ନିରାକାରପୁର, ରାମେଶ୍ଵର, ଡିଆ ଓ ଲେଣ୍ଡୋ ପଂଚାୟତର ପ୍ରମୁଖ କର୍ମୀମାନେ ଯୋଗ ଦେଇଥିଲେ। ସାସଂଦ କର୍ମୀମାନଙ୍କୁ ସୁପର ୨୫ ବୈଠକ ଗଠନ ତାପ୍ତର୍ଜ୍ୟ ସଂପର୍କରେ ସୂଚନା ଦେଇ ନୂଆ ଜଗନ୍ନାଥ ସଡକ ଜାତୀୟ ରାଜପଥରେ ପରିଣତ କରିବାର ଦାଯିତ୍ବ,ତାଙ୍କ ସଂସଦୀୟ କ୍ଷେତ୍ର ରେ ଦଶହଜାର ପ୍ରଧାନମନ୍ତ୍ରୀ ଆବାସ ଘର ଦିଆଯିବା ଓ ୨୦୨୪ ସୁଧା ସମସ୍ତଙ୍କ ଘରକୁ ପାଣି ପାଇପ ଯୋଗାଇ ଦେବାର ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମି ରଂଜନ ମହାପାତ୍ର, ପୂର୍ବତନ ଜିଲ୍ଲା ସଭାପତି ନିକୁଞ୍ଜ ପଟନାୟକ, ସାସଂଦ ପ୍ରତିନିଧି ହେମନ୍ତ ବେହେରା, ସଂଯୋଜକ ବିଦ୍ୟୁତ କାଣ୍ଡି ଯୋଗ ଦେଇ ଆଗାମୀ ୨୦୨୪ ନିର୍ବାଚନ ପାଇଁ ଦଳକୁ ବୁଥ୍ ସ୍ତରରୁ ମଜବୁତ କରିବା ପାଇଁ କର୍ମୀମାନଙ୍କୁ ଉଦବୋଧନ ଦେଇଥିଲେ। ୪ ଟି ପଂଚାୟତର ୨୦୦ ରୁ ଅଧିକ ଆଗଧାଡ଼ିର କର୍ମୀ ଉକ୍ତ ବୈଠକରେ ଯୋଗଦେଇଥିଲେ।

Leave a Reply

Your email address will not be published.