Friday , December 9 2022
Breaking News
Home / ଶିକ୍ଷା / ଜେକେବିକେରେ ଫକିର ମୋହନଙ୍କ ସମ୍ପର୍କରେ ଆଲୋଚନାଚକ୍ର

ଜେକେବିକେରେ ଫକିର ମୋହନଙ୍କ ସମ୍ପର୍କରେ ଆଲୋଚନାଚକ୍ର

କଟକ ୨୧/୧୧/୨୦୨୨(ଓଡ଼ିଶା ସମାଚାର)- ଜେକେବିକେ କଲେଜରେ ଫକିର ମୋହନଙ୍କ ସମ୍ପର୍କରେ ନୂଆ ଦିଲ୍ଲୀସ୍ଥିତ ଫକିର ମୋହନ ଫାଉଣ୍ଡେସନର ଓଡ଼ିଶା ଶାଖା ପକ୍ଷରୁ ‘ଯୁବ ସ୍ପନ୍ଦନ’ ଶୀର୍ଷକଏକ ଅଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷା ପ୍ରଫେସର ଡ. ଅନୁଜା ମହାପାତ୍ରପୌରୋହିତ୍ୟ କରିଥିଲେ। ଫାଉଣ୍ଡେସନ ପକ୍ଷରୁ ଦିଲ୍ଲୀବିଶ୍ୱ ବିଦ୍ୟାଳୟର ପ୍ରଫେସର ତଥା ବ୍ୟାସକବି ଫକିର ମୋହନଙ୍କ ଅଣନାତୁଣୀ ଡ. ମୋନିକା ଦସ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତାଭାବେ ପ୍ରଫେସର କୃଷ୍ଣ ଚନ୍ଦ୍ର ପ୍ରଧାନ ଓ ବିଶ୍ୱଭାରତୀ ଶାନ୍ତିନିକେତନର ପ୍ରଫେସରଡ. ରବୀନ୍ଦ୍ର କୁମାର ଦାସ ଯୋଗଦେଇଥିଲେ। ଜେକେବିକେ  କଲେଜର ଓଡ଼ିଆ ବିଭାଗର ମୁଖ୍ୟ ଡ. ଅନନ୍ତ କୁମାର ଜେନା ଅତିଥି ପରିଚୟ ପ୍ରଦନ କରିଥିଲେ। ଆୟୋଜିତ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଅଧ୍ୟାପକ ଧୀରେନ୍ ଚାନ୍ଦନାୟକ ସଙ୍ଗୀତ ଗାନ କରିଥିବାବେଳେ ଡ. ଦେବୀଦତ୍ତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published.