ସାଇସେବା ସମିତି ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ୨୨ ୟୁନିଟ ରକ୍ତ ସଂଗ୍ରହ
ଜୁନଗଡ଼ , ୨୧/୧୧/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରସ୍ଥିତ ହିଂଜିଲିବାହାଲି ସତ୍ୟସାଇ ସେବା ସମିତି ପକ୍ଷରୁ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କର ୯୭ ତମ ଜନ୍ମୋତ୍ସଵ ପାଳନ କରାଯାଇଥିଲା । ଏହି ଉପଲକ୍ଷେ ସାଇସେବା ସମିତି ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।
ଏଥିରେ ସୁବାଷ ପଣ୍ଡା, ଦୁର୍ଗା ପ୍ରସାଦ, ଲାଲଚନ ଦୁର୍ଗା, ଦୈତାରି ରଣା, କୁଶଧ୍ୱଜ ରଣା, ମହେଶ୍ୱର ରଣା, ଦିନବନ୍ଧୁ ନାଏକ, ପଦ୍ମିନୀ ମହାନ୍ତି, ଜୟନ୍ତୀ ପଣ୍ଡା ସମେତ ୨୨ ଜଣ ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ । ସାଇ ସମିତିର ଆବାହକ ବିଘ୍ନରାଜ ବରାଡ଼, ବାହିନୀ ସ୍ୱାଧ୍ୟାୟ ନିର୍ବାହକ ପ୍ରତାପ ଚନ୍ଦ୍ର ମହାନ୍ତି, ବସନ୍ତ ପଣ୍ଡା, ଗୋପବନ୍ଧୁ ମେହେର ଏବଂ ସମିତିର ସମସ୍ତ କାର୍ଯ୍ୟକ୍ରତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।