କଟକ, ୨୧/୧୧/୨୦୨୨(ଓଡ଼ିଶା ସମାଚାର/ଦେବାଶିଷ ରଥ)- ଜଗତପୁର ଥାନା ଅଂଚଳର ପାଗାସାହି ରେ ଜୁଆଖେଳ ଚାଲିଥିବା ଖବର ମିଳିଲା ପରେ ଜଗତପୁର ଥାନା ପୋଲିସ ଓ ସ୍ପେଷାଲ ସ୍କ୍ୱାର୍ଡ଼ ର ମିଳିତ ସହଯୋଗରେ ସେଠାରେ ଚଢ଼ାଉ କରାଯାଇଥିଲା । ୩୦ ଜଣ ଜୁଆଖେଳୁଥିବା ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିବା ସହିତ ସେଠାରୁ ନଗଦ ୮ ଲକ୍ଷ ୪ ହଜାର ୮ ଶହ ଟଙ୍କା ସହିତ ୩୧ ଟି ମୋବାଇଲ ଫୋନ୍,୪ ଟି ମୋଟରସାଇକେଲ,୧୬ ପ୍ୟାକେଟ ତାସ ,ଜୁଆ ଟୋକନ୍ ଜାର ଆଦି ଜବତ କରାଯାଇଥିଲା । କଟକ ରାଣୀହାଟ କେନାଲ ରୋଡ଼ ର ଓ କ୍ରିଷ୍ଣା ରାଓ ଜଣେ ପୁରୁଣା ଜୁଆ ଆୟୋଜକ ।
ସେ ଏଠାକୁ ବିଭିନ୍ନ ସ୍ଥାନରୁ ଜୁଆଡ଼ି ମାନଙ୍କୁ ଡ଼କାଇ ଏଠାରେ ଜୁଆ ଆଡ଼ା ଚଳାଇଥିଲା । ଏ ସମ୍ପର୍କରେ ଜଗତପୁର ଥାନାରେ ୪୯୦/୨୦.୧୧.୨୦୨୨ ରେ ଏକ ମାମଲା ରୁଜୁ କରାଯାଇଛି ।