Thursday , June 1 2023
Breaking News
Home / ବିଶେଷ / ଜୁଆଆଡ୍ଡାରେ ଚଢ଼ଉ : ୩୦ଅଟକ,ଲକ୍ଷାଧିକ ଟଙ୍କା ଜବତ

ଜୁଆଆଡ୍ଡାରେ ଚଢ଼ଉ : ୩୦ଅଟକ,ଲକ୍ଷାଧିକ ଟଙ୍କା ଜବତ

କଟକ, ୨୧/୧୧/୨୦୨୨(ଓଡ଼ିଶା ସମାଚାର)- ଜଗତପୁର ଥାନା ଅଞ୍ଚଳର ଏକ ପରିତ୍ୟକ୍ତ ଘରେ ଚାଲିଥିବା ଜୁଆଆଡ୍ଡା ଉପରେ ରବିବାର ରାତିରେ ପୁଲିସ ପକ୍ଷରୁ ଚଢ଼ଉ କରାଯାଇଛି। ଜୁଆ ଆଡ୍ଡାରୁ ୩୦ଜଣ ଜୁଆଡି ଧରାପଡ଼ିଥିବାବେଳେ ଲକ୍ଷାଧିକ ଟଙ୍କା, ଜୁଆଖେଳରେ ବ୍ୟବହୃତ ସାମଗ୍ରୀ, ବାଇକ ଓ ମୋବାଇଲ ଫୋନକୁ ପୁଲିସ ଜବତ କରିଛି। ଧରାପଡ଼ିଥିବା ଜୁଆଡିଙ୍କ ମଧ୍ୟରେ ସହରର ବହୁ ଜଣାଶୁଣା ବ୍ୟକ୍ତିଙ୍କ ପୁଅ ରହିଥିବା ଜଣାପଡିଛି।

ଜଗତପୁର ଶିକାରୀପୁରରେ କିଛିମାସ ହେବ ଏକ ପରିତ୍ୟକ୍ତ ଘରେ ବଡ ଧରଣର ଜୁଆଆଡ୍ଡା ଚାଲିଥିବା ନେଇ ଅଭିଯୋଗ ହୋଇଥିଲା। ରାଣୀହାଟ ଅଞ୍ଚଳର ଜଣେ ପେସାଦାର ଜୁଆଡି ଉକ୍ତ ଆଡ୍ଡା ଚଳାଇଥିବା ନେଇ ସୂଚନା ମିଳିଥିଲା।

ଏହି ଖବର ପାଇବା ପରେ ପୁଲିସ ପକ୍ଷରୁ ଏହା ଉପରେ ତୀକ୍ଷ୍ଣ ନଜର ରଖାଯାଇଥିଲା। ରବିବାର ସନ୍ଧ୍ୟା ପ୍ରାୟ ୭ଟାରେ ୪୦ରୁ ଅଧିକ ଯୁବକ ଏକତ୍ର ହୋଇ ଜୁଆ ଖେଳୁଥିବା ସମ୍ପର୍କରେ ଜୋନ୍ -୧ ଏସିପି ଅରୁଣକୁମାର ସ୍ୱାଇଁଙ୍କୁ  ଖବର ମିଳିଥିଲା। ସେ ମାଲଗୋଦାମ ଥାନାଧିକାରୀ ରଜନୀକାନ୍ତ ଦାସ ଓ ଜଗତପୁର ଥାନାଧିକାରୀ ଆର.ଏନ ମେହେର ଏବଂ ସ୍ପେସାଲ ସ୍କାଡ ସହ ସଦଳବଳ ଜୁଆଖେଳ ଚାଲିଥିବା ଉକ୍ତ ପରିତ୍ୟକ୍ତ ଘରେ ଚଢ଼ଉ କରିଥିଲେ। ପୁଲିସକୁ ଦେଖି ୧୦ରୁ ଊର୍ଦ୍ଧ୍ବ ଜୁଆଡି ଖସି ପଳାଇଯିବାରେ ସକ୍ଷମ ହୋଇଥିଲେ ହେଁ ୩୦ଜଣ ପୁଲିସ ହାତରେ ଧରାପଡିଥିଲେ। ଘଟଣାସ୍ଥଳରୁ ଲକ୍ଷାଧିକ ଟଙ୍କା ଓ ଅନ୍ୟାନ୍ୟ ସରଞ୍ଜାମ ଜବତ କରାଯାଇଥିଲା। ସମସ୍ତ ଅଭିଯୁକ୍ତଙ୍କୁ ଜଗତପୁର ଥାନାରେ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରେ ସହରର ଅନେକ ପରିଚିତ ଯୁବକ ରହିଥିବାରୁ ପୁଲିସ ସେମାନଙ୍କୁ ପଚରାଉଚରା ଚଳାଇଛି। ଅଧିକ ତଥ୍ୟ ଦେବାକୁ ପୁଲିସ ଅନିଚ୍ଛା ପ୍ରକାଶ କରୁଛି। ସେମାନଙ୍କୁ  ପୁଲିସ କାବୁ କରିବା ସହିତ ଲକ୍ଷାଧିକ ଟଙ୍କା, ମୋବାଇଲ୍ ଓ ବାଇକ୍ ଜବତ କରିଛି। ସମସ୍ତ ଅଭିଯୁକ୍ତଙ୍କୁ ଅଦାଲତ ଚାଲାଣ କରାଯିବ ବୋଲି ଜଣାପଡିଛି।

Leave a Reply

Your email address will not be published.