Friday , December 9 2022
Breaking News
Home / ଶିକ୍ଷା / ଜାତୀୟ ଆଲୋଚନାଚକ୍ର ଉଦଘାଟିତ

ଜାତୀୟ ଆଲୋଚନାଚକ୍ର ଉଦଘାଟିତ

କଟକ,୨୧/୧୧/୨୦୨୨(ଓଡ଼ିଶା ସମାଚାର)- ଗତିରାଉତପାଟଣା କେଶବଧାମସ୍ଥିତ ସରସ୍ୱତୀ ବିଦ୍ୟାମନ୍ଦିରରେ ବିଦ୍ୟାଭାରତୀ ଶିକ୍ଷାବିକାଶ ସମିତି ଆନୁକୂଲ୍ୟରେ ଜାତୀୟ ଶିକ୍ଷାନୀତି ୨୦୨୦ ଉପରେ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିକାଶ ସମିତିର ସଭାପତି ଡ. କିଶୋର ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ପ୍ରକଳ୍ପ ନିର୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା ଯୋଗଦେଇଥିଲେ। ୟୁପିଏସସିର ପୂର୍ବତନ ସଦସ୍ୟ ଡ. କେ.ଭି. ସିଂ ସାକ୍ୟ ଆଲୋଚନାଚକ୍ରର ଉଦ୍ଦେଶ୍ୟ ସମ୍ପର୍କରେ  ମାର୍ଗଦର୍ଶନ କରିଥିଲେ। ଆରଆଇଇର ଅଧ୍ୟକ୍ଷ ଡ.ପି.ସି. ଅଗ୍ରୱାଲ ଜାତୀୟ ଶିକ୍ଷା ନୀତି ସମ୍ବନ୍ଧରେ ବିବରଣୀ ପ୍ରଦାନ କରିଥିଲେ। ଆବାହକ ଡ. ସରୋଜ କୁମାର ହାତୀ ପରିଚୟ ପ୍ରଦାନ କରିଥିଲେ। ପ୍ରାଧ୍ୟାପିକା ଡ. ତରୁଲତା ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଲୋଚନାଚକ୍ରରେ ଶିକ୍ଷା ବିକାଶ ସମିତି ଚୟନିତ ପ୍ରଧାନ ଆଚାର୍ଯ୍ୟ, ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ, ଗବେଷକ ଅଂଶଗ୍ରହଣ କରିଥିଲେ। କୋରାପୁଟ ଇଗ୍ନୁର ସହଯୋଗୀ ନିର୍ଦେଶକ ଡ. ଲତିକା ମିଶ୍ର ଏବଂ ଡ. ସିଦ୍ଧାନ୍ତ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Leave a Reply

Your email address will not be published.