Friday , December 9 2022
Breaking News
Home / ସ୍ୱାସ୍ଥ୍ୟ / ଜ଼ିଲ୍ଲା ସ୍ତରୀୟ ସି .ଓ .ପି .ଡି .(ଦୀର୍ଘସ୍ଥାୟୀ ଶ୍ୱାସ ଅବରୋଧି ) ଦିବସ ପାଳନ

ଜ଼ିଲ୍ଲା ସ୍ତରୀୟ ସି .ଓ .ପି .ଡି .(ଦୀର୍ଘସ୍ଥାୟୀ ଶ୍ୱାସ ଅବରୋଧି ) ଦିବସ ପାଳନ

ଜଗତସିଂହପୁର ୨୧/୧୧/୨୦୨୨(ଓଡ଼ିଶା ସମାଚାର)- ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ଦୀର୍ଘସ୍ଥାୟୀ ଶ୍ୱାସ ଅବରୋଧି ଦିବସ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ନଭେମ୍ବର ମାସ ୧୬ ତାରିଖରେ ଏହି ଦିବସ ପାଳିତ ହୋଇଥାଏ । ଉକ୍ତ ସଭାରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ଅଭିଭାଷଣରେ ଏହା ଏକ ଫୁସଫୁସ ଜନିତ ରୋଗ, ଯେଉଁଥିରେ ଫୁସଫୁସ ମଧ୍ୟରେ ଥିବା ସୁକ୍ଷ୍ମ ଶ୍ୱାସନଳୀ ଗୁଡିକ କ୍ଷତିଗ୍ରସ୍ଥ ହୋଇ ଅକାମୀ ହୋଇପଡନ୍ତି ଓ ଅମ୍ଳଜାନ ପରିବହନ ଶଙ୍କାଜନକ ଭାବେ ହ୍ରାସ ପାଏ । ଦୂଷିତ ବାୟୁମଣ୍ଡଳରେ ଦୀର୍ଘଦିନ ଧରି ବାସକଲେ, କଳାକାରଖାନାରୁ ନିର୍ଗତ ଧୂଆଁ , ଧୂଳି ଆଦି ବ୍ୟାପୁଥିବା ଅଞ୍ଚଳରେ ରହିବାଦ୍ୱାରା ବ୍ୟାପିଥାଏ ଓ ତେଣୁ ପରିବେଶ ପ୍ରଦୂଷଣକୁ ରୋକିବା ଓ ଧୂଆଁହୀନ ଚୂଲି , ଗ୍ୟାସ ଆଦି ଚୁଲା ବ୍ୟବହାର କରିବାକୁ ଲୋକମାନଙ୍କୁ ପ୍ରବର୍ତ୍ତାଇବାକୁ ପରାମର୍ଶ ଦେଇଥିଲେ । ଭେଷଜ ବିଭାଗର ବିଶେଷଣଜ୍ଞ ଡାକ୍ତର ଧରଣୀଧର ସେନାପତି ଏହି ରୋଗରେ ଫୁସଫୁସର ସଂକ୍ରମଣର ତୀବ୍ରତା, ଚିକିତ୍ସା ବିଷୟରେ ଅବଗତ କରିବା ସହ ଧୃମପାନ ବର୍ଜନ, ଉତ୍ତମ ବାୟୁ ଚଳାଚଳ ଗୃହରେ ବାସ କରିବା , ଖାଦ୍ୟ, ପାନୀୟ ଓ ବିଶ୍ରାମର ସଞ୍ଜମତା ରଖିବା, ଯଦି ଏଭଳି କିଛି ଲକ୍ଷଣ ଯଥା ବହୁଦିନ ଧରି କାଶ ହେବା, କାଶରେ କଫ ପଡିବା , ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା, ଓଜନ କମିବା ,ହାଲିଆ ଲାଗିବା, ଭୋକ ନ ହେବା ଆଦି ଥିଲେ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବାକୁ ଲୋକମାନଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଶ୍ମିରଞ୍ଜନ ପଟ୍ଟନାୟକ ଏହି ଫୁସଫୁସ ଜନିତ ରୋଗର ପ୍ରତିରୋଧ ନିମନ୍ତେ ଧୂଳି ଧୂଆଁ ଆଦି ନିୟଂତ୍ରଣ ଓ କଳକାରଖାନା ଯଥା କରତ କଳ ,ତୁଳା କାରଖାନା ,ପଥର ଚୁନା କରୁଥିବା କାରଖାନା ଇତ୍ୟାଦିରେ କାମ କରୁଥିବା ଲୋକ ସଚେତନ ହେବଓ ସହ ଯୋଗ ପ୍ରାଣାୟାମ ଆଦି କରିବା ଓ ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନେବାକୁ ବକ୍ତବ୍ୟ ରଖିଥିଲେ । ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ କାଯାଇଥିବା ସ୍କୁଲସ୍ତରୀୟ କୁଇଜ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ୬ ଜଣ ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ସଭା ପରିଚାଳନା କରିଥିଲେ । ଉକ୍ତ ସଭାରେ ମହିଳା ଆରୋଗ୍ୟ ସମିତି ୱାଡ଼ ନମ୍ବର ୯,୧୦,୧୨,୧୩,ଓ ୧୫ ର ମେମ୍ବର, ସ୍କୁଲ ଶୀକ୍ଷୟତ୍ରୀ ଓ ଛାତ୍ରୀମାନେ, ମହିମା ଓ ନାରାୟଣୀ ସ୍କୁଲ ଅଫ ନର୍ସିଂର ପ୍ରିନସିପାଲ ଏବଂ ଛାତ୍ରଛାତ୍ରୀ, ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ ଆଶାମାନକୁ ସଚେତନତାକୁ ବ୍ୟାପକ କରିବାକୁ ପରାମର୍ଶ ଦେବା ସହ ସଭାରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

Leave a Reply

Your email address will not be published.