Friday , December 9 2022
Breaking News
Home / ତାଜା ଖବର / ଗ୍ରାମ୍ୟ ଶ୍ମାଶନ ଦଣ୍ଡା ମାଟି ଉଠା କୁ ନେଇ କଟକ ଚାନ୍ଦବାଲି  ରାସ୍ତା ରୋକ 

ଗ୍ରାମ୍ୟ ଶ୍ମାଶନ ଦଣ୍ଡା ମାଟି ଉଠା କୁ ନେଇ କଟକ ଚାନ୍ଦବାଲି  ରାସ୍ତା ରୋକ 

ନିଶ୍ଚିନ୍ତକୋଇଲି ୨୦/୧୧/୨୦୨୨ (ଓଡିଶା ସମାଚାର/ ଅଭୟ ଜେନା ) ମଣିଷର ଶେଷ ଠିକଣା କୁ ଛାଡ଼ିଲେ ନାହିଁ ମାଟି ମାଫିଆ ! ଅର୍ଥାତ୍ ଗ୍ରାମ୍ୟ ଶ୍ମଶାନରୁ ଜେସିବି ଲାଗାଇ ମାଟି ତାଡି ବିକି ଦେଲେ ମାଟି ମାଫିଆ । ଖାଲି ସେତିକି ନୁହେଁ, ଜୋରଜବରଦସ୍ତ ଏହି ଶ୍ମଶାନ ଜମି ରେ ବାସଗୃହ ବି ନିର୍ମାଣ କରିଛନ୍ତି  କିଛି ନ୍ୟର୍ଥସ୍ବାର୍ଥ ବ୍ୟକ୍ତି। ଫଳରେ ମୃତ୍ୟୁ ପରେ ଶବ ପୋଡ଼ି ବାକୁ ଆଉ ସ୍ଥାନ ବି ରହିଲା ନାହିଁ। ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ୟ ଫଳ ଶୂନ। ତେଣୁ ବାଧ୍ୟହୋଇ ଲୋକେ  ରାସ୍ତା ଅବରୋଧ କଲେ ।

 କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଦେ-ପୋଖରୀ ନିକଟସ୍ଥ ଗ୍ରାମ୍ୟ ଶ୍ମଶାନରୁ ମାଟି ଉଠାଣ କୁ ବିରୋଧକରି କଟକ-କେନ୍ଦ୍ରାପଡା ରାସ୍ତା ର ସୁକରପଡା ଛକ ଠାରେ ଶହ ଶହ ଲୋକ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଅନେକ ସମୟ ଧରି ରାସ୍ତା ର ଉଭୟ ପାଶ୍ୱର୍ରେ ଶହ ଶହ ଗାଡି ମଟର ଅଟକ ଥିବା ବେଳେ ଘଟଣା ସ୍ଥଳରେ ନିଶ୍ଚିନ୍ତକୋଇଲି ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ଯଦି ସ୍ଥାନୀୟ ନିଶ୍ଚିନ୍ତକୋଇଲି ତହସିଲ ପ୍ରଶାସନ ବେଳହୁଁ ଏଥିପ୍ରତି ଧ୍ୟାନ ଦେଇ ଥାଆନ୍ତା ତେବେ ଲୋକମାନେ ନିଜର ମୌଳିକ ଅଧିକାର ରୁ ବଞ୍ଚିତ ହୋଇ ନଥାନ୍ତେ କିମ୍ବା ନିଜର ହକ୍ ପାଇଁ ରାଜରାସ୍ତାକୁ ଅବରୋଧ କରି ନଥାନ୍ତେବୋଲି ଆଲୋଚନା ହେଉଛି । ସ୍ଥାନୀୟ ଲୋକମାନେ ଏଥିପାଇଁ ସିଧାସଳଖ ପ୍ରଶାସନ କୁ ହିଁ ଦାୟୀ କରିଛନ୍ତି।

Leave a Reply

Your email address will not be published.