Thursday , June 8 2023
Breaking News
Home / ବିଶେଷ / କେନ୍ଦ୍ରୀୟ ବିଦ୍ୟାଳୟ ର ଶିକ୍ଷକ ଙ୍କୁ ମିଳିଲା ଶିକ୍ଷକ ଗୌରବ ସମ୍ମାନ

କେନ୍ଦ୍ରୀୟ ବିଦ୍ୟାଳୟ ର ଶିକ୍ଷକ ଙ୍କୁ ମିଳିଲା ଶିକ୍ଷକ ଗୌରବ ସମ୍ମାନ

କେନ୍ଦ୍ରାପଡ଼ା, ୨୧/୧୧/୨୦୨୨(ଓଡ଼ିଶା ସମାଚାର)-ଚିର ସବୁଜ ଅକ୍ଷୟ ମହାନ୍ତି ଙ୍କ ୨୦ ତମ ଶ୍ରାଦ୍ଧ ଦିବସ ପାଳନ ଅବସର ରେ ବାରୁଆ ସ୍ଥିତ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ତରଫ ରୁ ଶିକ୍ଷା କ୍ଷେତ୍ର ରେ ଅତୁଳନୀୟ ଅବଦାନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ର ଏକ ମାତ୍ର କେନ୍ଦ୍ରୀୟ ଅନୁଷ୍ଠାନ କେନ୍ଦ୍ରୀୟ ବିଦ୍ୟାଳୟ ର ଶିକ୍ଷକ ଶେଖ୍ ଇଦ୍ରିସ ଅଲି ଓ ଅଶୋକ କୁମାର ମଲ୍ଲିକ ଙ୍କୁ ଶିକ୍ଷକ ଗୌରବ ସମ୍ମାନ ରେ ସମ୍ମାନିତ କରି ଅଛି। ଶିକ୍ଷକ ଶେଖ୍ ଇଦ୍ରିସ ଅଲି ଏକାଧାରରେ ଜଣେ ତ୍ରିଭାଷୀ କବି, ଭାଷ୍ୟକାର, ସୁବକ୍ତା,ସୁସଂଗଠକ, ଲେଖକ , ଗାୟକ ଏବଂ ଏକ ଆଦର୍ଶ ତଥା ଲୋକପ୍ରିୟ ଶିକ୍ଷକ ରୂପେ ସାରା ଜିଲ୍ଲା ରେ ସୁନାମ ଅର୍ଜନ କରି ଅଛନ୍ତି । ଶ୍ରୀ ଅଲି କେନ୍ଦ୍ରାପଡ଼ା ଜିଲା ଅଧିନସ୍ଥ ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡକୁଡ଼ା ପଞ୍ଚାୟତ ର ନିବାସୀ ସ୍ଵର୍ଗତ ଶେଖ୍ ତବାରକ୍ ଅଲି ଙ୍କ ସାନ ପୁଅ ଅଟନ୍ତି। ଅଶୋକ କୁମାର ମଲ୍ଲିକ ଯାଜପୁର ଜିଲ୍ଲା ର ନିବାସୀ ଅଟନ୍ତି।

Leave a Reply

Your email address will not be published.