ଟାଙ୍ଗୀ, ୨୧/୧୧/୨୦୨୨(ଓଡ଼ିଶା ସମାଚାର)- ଏପରି ସାଂଘାତିକ ଅଭିଯୋଗ ହୋଇଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାରେ । ଅଭିଯୋଗ ମୁତାବକ ଶନିବାର ଅପରାହ୍ନରେ ବାଣପୁର ତହସିଲ ଅଧୀନରେ ଥିବା ନୀଳାଦ୍ରିପ୍ରସାଦ ଆର ଆଇ ସର୍କଲ ର ଆରଆଇ ସୁରେଶ ଚନ୍ଦ୍ର ପ୍ରଧାନ ନିଜ କାର୍ୟ୍ୟାଳୟରେ କାର୍ୟ୍ୟରତ ଥିବା ସମୟରେ ହଠାତ ନୀଳାଦ୍ରିପ୍ରସାଦ ଅଞ୍ଚଳର କିଛି ଦୁର୍ବୁତ୍ତମାନେ ସୁରେଶଙ୍କୁ ମାରଣାସ୍ତ୍ର ରେ ମରାଣନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଏହାପରେ ସୁରେଶ ସଙ୍ଗେସଙ୍ଗେ ମେଡିକାଲ ଯାଇ ଚିକିତ୍ସିତ ହୋଇଥିବା ବେଳେ ଏ ନେଇ ବାଣପୁର ତହସିଲଦାରଙ୍କୁ ଅବଗତ କରାଇଥିଲେ । ତହସିଲଦାରଙ୍କ ଜରିଆରେ ସୁରେଶ ଏ ନେଇ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବାରୁ ପୋଲିସ କେସ ନମ୍ବର ୫୧୮/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।