ଖୋର୍ଦ୍ଧା, ୨୧/୧୧/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଆପଦ ମିତ୍ର ମାନଙ୍କ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ।ଜଟଣୀ ନିକଟସ୍ଥ ସିଦ୍ଧାର୍ଥ ଭିଲେଜ ପ୍ରଶିକ୍ଷଣ ରିସର୍ଟରେ ଏହି ୧୨ଦିନିଆ ତାଲିମ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି ।ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଏହି କାର୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।କାର୍ୟ୍ୟକ୍ରମରେ ଆପଦ ମିତ୍ର ମାନଙ୍କୁ ବନ୍ୟା,ବାତ୍ୟା,ସୁନାମି,ଅଗ୍ନିକାଣ୍ଡ,ଓ ଦୃଘଟନା ଜନିତ ବିପର୍ୟ୍ୟୟର ସଫଳ ମୁକାବିଲା ନିମନ୍ତେ ତାଲିମ ପ୍ରଦାନ କରାଯାଉଛି ।ଆବଶ୍ୟକ ସମୟରେ ସେମାନେ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରି କାର୍ୟ୍ୟ କରିବେ ।ଉକ୍ତ ପ୍ରଶିକ୍ଷଣ କାର୍ୟ୍ୟକ୍ରମରେ ମାଷ୍ଟର ଟ୍ରେନର ସିଭିଲି ଡ଼ି ଫେନ୍ସେ ର ସୁଶାନ୍ତ କୁମାର ପଟନାୟକ,ସଞ୍ଜିତା ମହାପାତ୍ର,ସସ୍ମିତା ପ୍ରଧାନ,ଓଡ୍ରାଫ୍ଟ, ତପନ କୁମାର ସାହୁ,ଗଣେଶ୍ୱର ବିଶ୍ଵାଳ, ବାବୁଲା ସାହୁ,ଅଗ୍ନିଶମ ବିଭାଗର ଗଣେଶ ପତ୍ର,ବିବେକାନନ୍ଦ ଦାସ ପ୍ରଶିକ୍ଷକ ଭାବେ ଯୋଗଦେଇ ଛନ୍ତି ।ଖୋର୍ଦ୍ଧା ଜିଲ୍ଲାର ୩୦ଜଣ ଓ ବଳିଆନ୍ତ ବ୍ଲକର ୧୦ଜଣ ମୋଟ ୪୦ଜଣ ଆପଦ ମିତ୍ର ଉକ୍ତ କାର୍ୟ୍ୟକ୍ରମ ରେ ଯୋଗଡେଛନ୍ତି ।ଉଭୟ ରାଜ୍ୟ ଓ ଜାତୀୟ ଦୃର୍ବିପାକ ପରିଚାଳନା କତ୍ତୃପକ୍ଷଙ୍କ ସହଯୋଗ ଓ ଜିଲ୍ଲା ପ୍ରଶାସନ ସହଭାଗିତାରେ ଉକ୍ତ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି ।ଜିଲ୍ଲା ଆପଦ କାଳୀନ ଅଧିକରିଣୀ ଉର୍ମିପ୍ରାଭ ମହାରଣା, ଦୃର୍ବିପାକ ପରିଚାଳନା ଅଧିକରିଣୀ ସୁକାନ୍ତ ଦାଶ, ଆପଦ କାଳୀନ କାର୍ୟ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ କୂଳଦୀପ ପଲତସିଂହ ପ୍ରମୁଖ କାର୍ୟ୍ୟକ୍ରମକୁ ପରିଚନା କରିଛନ୍ତି ।