Saturday , June 10 2023
Breaking News
Home / ବିଶେଷ / ଅବକାରୀ ସିପାହି ସଂଘର ବୈଠକରେ ଖାଲି ପଦ ପୂରଣ ଦାବି

ଅବକାରୀ ସିପାହି ସଂଘର ବୈଠକରେ ଖାଲି ପଦ ପୂରଣ ଦାବି

କଟକ,୨୧/୧୧/୨୦୨୨(ଓଡ଼ିଶା ସମାଚାର)-ଅବକାରୀ ସିପାହି ସଂଘର ବୈଠକ ସଭାପତି ତପନ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ରେଡକ୍ରସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଜିଲାରେ ସିପାହି ଓ ଏଏସ୍ ଆଇ ପଦ ଖାଲିଥିବାରୁ ତୁରନ୍ତ ଏହାକୁ ପୂରଣ କରିବା ଉପରେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଥିଲା। ପ୍ରତି ଜିଲାରେ ଶାଖା ସଂଘଗୁଡିକ ନିୟମିତ ସଭା ସମିତି କରି ଜିଲା ଅଧିକାରୀଙ୍କୁ ଜଣାଇବା ପାଇଁ ନିଷ୍ପତି ହୋଇଥିଲା। ରାଜ୍ୟ ସରକାର ସିପାହିଙ୍କ ସଂଖ୍ୟା ୧୧୨୮ରୁ ୧୬୪୬କୁ ବୃଦ୍ଧି କରିଛନ୍ତି। ସିପାହିମାନଙ୍କ ଚାକିରିକୁ ରାଜ୍ୟ କ୍ୟାଡର କରିବା ପାଇଁ ହୋଇଥିବା ଯୋଜନାକୁ ଅବକାରୀ କମିସନର ଆଶିଷ କୁମାର ସିଂହ ସ୍ଥଗିତ କରିବାରୁ ସଂଘ ପକ୍ଷରୁ କୃତଜ୍ଞତା ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published.