Friday , December 9 2022
Breaking News
Home / କ୍ରୀଡ଼ା / ଅଚ୍ୟୁତପୁର କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଅଚ୍ୟୁତପୁରକୁ ହରାଇ ଡମଣଭୂମି ଚାମ୍ପିଅନ

ଅଚ୍ୟୁତପୁର କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଅଚ୍ୟୁତପୁରକୁ ହରାଇ ଡମଣଭୂମି ଚାମ୍ପିଅନ

ନିରାକାରପୁର, ୨୧/୧୧/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅଚ୍ୟୁତପୁର ଖେଳ ପଡିଆ ରେ ମହାବୀର କ୍ରିକେଟ ଆସୋସିଏସନ୍ ତରଫରୁ ୧୩ତମ ମହାବୀର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଅଚ୍ୟୁତପୁର କ୍ରିକେଟ କ୍ଲବ କୁ ଡମଣଭୂମି କ୍ରିକେଟ କ୍ଲବ ଭେଟିଥିଲେ। ପ୍ରଥମେ ଟସ୍ ଜିଣି ଅଚ୍ୟୁତପୁର ଦଳ ବ୍ୟାଟିଂ କରି ୧୫ ଓଭର ରେ ୮୨ ରନ କରି ଥିବାବେଳେ ଡମଣଭୂମି ଦଳ ୯ ଓଭର ରେ ୫ ୱିକେଟ ହରାଇ ବିଜୟ ଲାଭ କରି ଚାମ୍ପିଅନ ହୋଇଥିଲା। ଖେଳକୁ ସଦାଶିବ ପ୍ରଧାନ ଓ କାମଦେବ ପ୍ରଧାନ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା ବିଜୁ ଜନତା ଦଳ ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର ଯୋଗଦେଇ ଏକାଗ୍ରତା ର‌ହିଲେ ସବୁ ସମ୍ଭବ ହୋଇ ପାରିବ ବୋଲି ମତବ୍ୟକ୍ତ କରିବା ସହ ବିଜେତା ଓ ରନସ ଅପ୍ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ।

Leave a Reply

Your email address will not be published.