Friday , December 9 2022
Breaking News
Home / ଶିକ୍ଷା / ରାମବାଗ ମହିଳା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା  ଉତ୍ସବ

ରାମବାଗ ମହିଳା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା  ଉତ୍ସବ

ଯାଜପୁର,୨୦/୧୧/୨୦୨୨(ଓଡ଼ିଶା ସମାଚାର /ସୁରେଶ କର): ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ତଳିହା ପଞ୍ଚାୟତରେ ଅବସ୍ଥିତ ରାମବାଗ ମହିଳା ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷର ବାଳିକା ମାନଙ୍କୁ ନେଇ ସ୍ୱାଗତ ସମ୍ଭର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।  ଯୁକ୍ତ ତିନିର ଦ୍ୱିତୀୟ ବର୍ଷ ଓ ତୃତୀୟ ବର୍ଷର ବାଳିକାମାନେ ମିଶି ଏହାର ଆୟୋଜନ କରିଥିଲେ । ଏଥିରେ ତାଙ୍କୁ ସହଯୋଗ କରିଥିଲେ ଯୁକ୍ତ ୩ର ଦୁଇ ଅଧ୍ୟାପକ ନିର୍ମଳ ସାହୁ ଏବଂ ଅଧ୍ୟାପିକା ନିକିତା ଦାସ । ଏହି ସ୍ୱାଗତ ସମ୍ଭର୍ଦ୍ଧନାରେ ରବି ପୁହାଣ ସଭାପତିତ୍ୱ କରିଥିବା ବେଳେ,ସରୋଜ କୁମାର ଦାସ ମୂଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ଗଦାଧର ମିଶ୍ର ଉପସ୍ଥାପନା କରିଥିଲେ ତାଙ୍କ ସହିତ ଯୋଗ ଦେଇଥିଲେ ଜୋସ୍ନାରାଣି,ଜୟସ୍ମିତା ସାହୁ,ସରୋଜ କୁମାର ଦାଶ,ରବିନ୍ଦ୍ର କୁମାର ପାଣି,ଜ୍ୟୋତି ରଞ୍ଜନ ପୁହାଣ , ସନ୍ତୋଷ କୁମାର ଆଦି ସମସ୍ତ ସଦସ୍ୟ ସଦସ୍ୟା ମାନେ ଅଂଶ ଗ୍ରହଣ କରିଥିଲେ।  ଏହା ସହିତ ବାଳିକାମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ନାଚ,ଗୀତ ଓ ରଙ୍ଗୋଲୀ ଆଦି ରଙ୍ଗା ରଙ୍ଗ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । କୃତି ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।  ରଙ୍ଗୋଲିରେ ପ୍ରଥମ ସ୍ଥାନ ଅଧିକାର କରିଥଲେ ପିନୁରାଣୀ ରାଉତ,ଦ୍ୱିତୀୟ ସ୍ଥାନ ଅଧିକାର କରିଥଲେ ପୂଜାରାଣୀ ରାଉତ ଏବଂ ତୃତୀୟ ସ୍ଥାନ ଅଧିକାର କରିଥଲେ ଶୁଭସ୍ମିତା ପୋଥାଳ ।  ସଂଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥଲେ ସ୍ୱର୍ଣ୍ଣପ୍ରିୟା ମହାପାତ୍ର,ଦ୍ୱିତୀୟ ସ୍ଥାନ ଅଧିକାର କରିଥଲେ ସରୋଜିନୀ ବେହେରା,ତୃତୀୟ ସ୍ଥାନ ଅଧିକାର କରିଥଲେ ଗାୟତ୍ରୀ ପହି ଏବଂ ରୂପାଲୀ ସେଠୀ. ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥଲେ ରଶ୍ମିତା ମହାପାତ୍ର,ଦ୍ୱିତୀୟ ସ୍ଥାନ ଅଧିକାର କରିଥଲେ ସଂନ୍ଧ୍ୟାରାଣୀ ସାମଲ,ତୃତୀୟ ସ୍ଥାନ ଅଧିକାର କରିଥିଲେ ମନସ୍ମିତା ବାରିକ୍ । ଶେଷରେ ନିର୍ମଳ ସାର୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.